ସବୁଠି ପ୍ରଚାର ବେଳେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ । ସୁବର୍ଣ୍ଣପୁର, ବୀରମହାରାଜପୁର, ବୌଦ୍ଧ, କଣ୍ଟାମାଳ ଓ ନୟାଗଡ଼ରେ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର କଥା କମ୍, କାମ ବେଶୀ । କିନ୍ତୁ ବିରୋଧୀଙ୍କର କଥା ବେଶୀ, କାମ କମ୍ । ବିରୋଧୀ କେବଳ ଭୋଟ ପାଇଁ ଆସନ୍ତି, କାମ ପାଇଁ ନୁହେଁ। ଭୋଟ ସରିଲେ ସବୁ ଭୁଲିଯାଆନ୍ତି ବୋଲି କହି ବର୍ଷିଥିଲେ ପାଣ୍ଡିଆନ। ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଥିଲ।

More Stories
ସତ୍ୟବାଦୀ ଆଳିସ ଗ୍ରାମରେ ଆମ ପୋଲିସ କାର୍ଯ୍ୟକ୍ରମ ଅନୁଷ୍ଠିତ |
ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |