ରତିକାନ୍ତ ମହାପାତ୍ରଙ୍କ ମାର୍ଗଦର୍ଶନରେ ୩-ଦିନିଆ ଓଡିଶୀ କର୍ମଶାଳା ଆରମ୍ଭ|

Love with Khabar Satyabadi

ସାକ୍ଷୀଗୋପାଳ, ୨୭ ଫେବୃଆରୀଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ’ର ୪୯ତମ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଓଡ଼ିଶୀ ନୃତ୍ୟ କର୍ମଶାଳା ଆଜିଠାରୁ ନିଜସ୍ବ ପରିସରରେ ଶୁଭାରମ୍ଭ ହୋଇଯାଇଛି। ବିଶ୍ବପ୍ରସିଦ୍ଧ ଓଡ଼ିଶୀ ଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଏବଂ ବିଶିଷ୍ଟ ନୃତ୍ୟାଙ୍ଗନା ଶ୍ରୀମତୀ ରାଜଶ୍ରୀପ୍ରହରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ୩-ଦିନିଆ ପ୍ରଶିକ୍ଷଣଶିବିର ଅନୁଷ୍ଠିତ ହେଉଛି।ସୃଜନ ଦ୍ବାରା ଆୟୋଜିତଏହି କର୍ମଶାଳାକୁ ସୃଜନଅନୁଷ୍ଠାନରନିର୍ଦେଶକ, ଓଡ଼ିଶୀ ଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଙ୍କ ସହିତସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ଉପସଭାପତି ଶ୍ରୀଯୁକ୍ତ ବ୍ରଜକିଶୋର ମହାପାତ୍ର ଉଦ୍ଘାଟନ କରିଥିଲେ।ଏହି କର୍ମଶାଳା ମୁଖ୍ୟତଃ ପ୍ରଶିକ୍ଷିତ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କ ପାଇଁ ଆୟୋଜନ କରାଯାଇଛି। ଏଥ‌ିରେ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ବ୍ୟାକରଣ ସହିତ, ଓଡିଶୀ ନୃତ୍ୟର ଶୈଳୀଗତ ସୂକ୍ଷ୍ମତା ଓ ପାରମ୍ପରିକ ଗଠନର ଆଧୁନିକ ରୂପାନ୍ତର ଉପରେ ଗୁରୁତ୍ବ ଦେଇଛନ୍ତି। ଶିକ୍ଷାର୍ଥୀମାନେ ଏହି ଅବସରରେ ‘ବନ୍ଦେ କୃଷ୍ଣମ୍’ ଏବଂ ‘ମେଘ ପଲ୍ଲବୀ’ ଶିକ୍ଷା କରିବା ସହ ନୃତ୍ୟର ସୂକ୍ଷ୍ମ କଳା କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିବେ ।ସାକ୍ଷୀଗୋପାଳ ଭଳି ଏକ ଗ୍ରାମାଞ୍ଚଳରେ ବିଶ୍ବସ୍ତରୀୟ ଗୁରୁଙ୍କ ଦ୍ବାରା ପ୍ରଶିକ୍ଷଣ ପ୍ରଦାନ କରି ଓଡ଼ିଶୀନୃତ୍ୟକଳାକୁ ଘରେ ଘରେପହଞ୍ଚାଇବା ହେଉଛି ଏହି ଅନୁଷ୍ଠାନର ମୁଖ୍ୟ ଆଭିମୁଖ୍ୟ।କର୍ମଶାଳାରେ ଗୁରୁ ଲିଙ୍ଗରାଜ ସ୍ବାଇଁ ଏବଂ ଶ୍ରୀମତୀ ଚିରଶ୍ରୋତାଖୁଣ୍ଟିଆଙ୍କ ଅଭିଜ୍ଞ ଶିଷ୍ୟମାନେ ଯୋଗଦେଇ ନିଜର ଦକ୍ଷତା ବୃଦ୍ଧିକରୁଛନ୍ତି। ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ଏହି କର୍ମଶାଳା ଚାଲୁଥ‌ିବାବେଳେ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଏହା ଉଦ୍‌ଯାପିତ ହେବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସୃଜନ ଅନୁଷ୍ଠାନ ପକ୍ଷରୁ ସମାପନ ଦିବସରେ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ସତ୍ୟବାଦୀସଙ୍ଗୀତମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଦ୍ରିନାରାୟଣ ଖୁଣ୍ଟିଆ ଏହି ଅବସରରେ, ଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କୁ,କାର୍ମଶାଳାପାଇଁସତ୍ୟବାଦୀସଙ୍ଗୀତମହାବିଦ୍ୟାଳକଚୟନକରିଥିବାରୁ,କୃତଜ୍ଞତାଜଣାଇବାସହ ସମସ୍ତ ଗୁରୁ ଓ ଶିକ୍ଷାର୍ଥୀଙ୍କ ନିଷ୍ଠାପର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସତ୍ୟବାଦୀ ଅଞ୍ଚଳରେ ଓଡ଼ିଶୀ ସଂସ୍କୃତିର ପ୍ରସାର ଦିଗରେ ଏହି କର୍ମଶାଳା ଏକ ମାଇଲଖୁଣ୍ଟ ସଦୃଶହେବବୋଲିବୁଦ୍ଧିଜୀବୀମହଲରେ ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS