ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |

Love with Khabar Satyabadi

​ସାକ୍ଷୀଗୋପାଳ ଖବର ସତ୍ୟବାଦୀ (୧୮/୦୨):ସତ୍ୟବାଦୀ ତହସିଲ କାର୍ଯ୍ୟାଳୟରେ ଶାନ୍ତି କମିଟି ବୈଠକ; ତେଣ୍ଟୁଲିଆ ଓ ବଗୁଲାପାରି ଗ୍ରାମବାସୀଙ୍କ ମଧ୍ୟରେ ବୁଝାମଣା ଦ୍ୱାରା ଆପସ ସମାଧାନ|ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ତେଣ୍ଟୁଲିଆ ଓ ବଗୁଲାପାରି ଗ୍ରାମବାସୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ ପାଇଁ ଆଜି ତହସିଲ କାର୍ଯ୍ୟାଳୟ ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଏସଡିପିଓ ପିପିଲି, ଦେବାଶିଷ ମିଶ୍ର ଆଇଆଇସି ସତ୍ୟବାଦୀ ସୌମ୍ୟ ରଞ୍ଜନ ମହାଲିଙ୍କ, ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ବରାଳ, ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ଉପସ୍ଥିତିରେ ଏହି ଆଲୋଚନା ହୋଇଥିଲା। ବୈଠକରେ ଉଭୟ ଗ୍ରାମର ମୁଖ୍ୟ ଓ ଗ୍ରାମବାସୀମାନେ ଯୋଗଦେଇ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ କୌଣସି ପ୍ରକାର ବେଆଇନ କାର୍ଯ୍ୟକଳାପରେ ସାମିଲ ନହେବାକୁ ସମ୍ମତି ପ୍ରକାଶ କରିଛନ୍ତି। ବିଶେଷ କରି ମନ୍ଦିର ନିର୍ମାଣକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ବଗୁଲାପାରି ଗ୍ରାମବାସୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେମାନେ ନିଜ ଗ୍ରାମ ପରିସରରେ ଏକ ନୂତନ ମନ୍ଦିର ନିର୍ମାଣ କରିବେ ଏବଂ ବିବାଦୀୟ ସ୍ଥାନରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟ ବା ପୂଜାର୍ଚ୍ଚନା କରାଯିବ ନାହିଁ ବୋଲି ରାଜି ହୋଇଛନ୍ତି। ଏହି ବୁଝାମଣା ପରେ ଦୀର୍ଘ ଦିନ ଧରି ଲାଗିରହିଥିବା ଉତ୍ତେଜନା ହ୍ରାସ ପାଇବା ସହ ଅଞ୍ଚଳରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS….