ସାକ୍ଷୀଗୋପାଳ ଖବର ସତ୍ୟବାଦୀ NEWS ସତ୍ୟବାଦୀ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ତାରିଖ – ୬/୨, ସତ୍ୟବାଦୀ ମହୋତ୍ସବ – ୨୦୨୬ ଦ୍ଵିତୀୟ ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ବିଧାୟକ ଓମପ୍ରକାଶ ମିଶ୍ର, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଆତ୍ମା ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ, ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଓମପ୍ରକାଶ ପରିଡା, ବିଡିଓ ଦେବାଶିଷ ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବାଶିଷ ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମହୋତ୍ସବ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ବ୍ଲକ ସ୍ତରୀୟ ସ୍କୁଲ ପ୍ରତିଯୋଗିତାରେ କୃତି ଛାତ୍ରୀଛାତ୍ରଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପରେ ପରେ ଆରମ୍ଭ ହୋଇଥିଲା ସଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ସଂସ୍କୃତି ବିଭାଗ ପକ୍ଷରୁ ସିଂଘମ କ୍ରିଏଟିଭି ଗ୍ରୁପ କଳାକାର ମାନଙ୍କ ଦ୍ୱାରା ବାରମାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ରାମହରି ଦାସ ଓଡିଶୀ ଗୁରୁକୁଳ କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ, ଡ଼ାଇନାମିକ ଡ୍ୟାନ୍ସ ଏକାଡେମୀ, ସାରସ୍ୱତ କଳା କେନ୍ଦ୍ର, ଭୁବନେଶ୍ୱର, କଳାକାର ମାନେ ମଞ୍ଚରେ ସେମାନଙ୍କ ଉତ୍କୃଷ୍ଟ କଳା ପ୍ରଦର୍ଶନ କରିଥିଲେ ।ଶେଷରେ ଓଲିଉଡ଼ ନାଇଟିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ଗ୍ରୁପ ଏବଂ କୁଳଦୀପ ପଟ୍ଟନାୟକ ଓ ତାଙ୍କ ଗ୍ରୁପ ଦ୍ୱାରା ମନ ଛୁଆଁ ସଙ୍ଗୀତର ତାଳେ ତାଳେ ଉପସ୍ଥିତ ହଜାର ହଜାର ଦର୍ଶକ ବିମୋହିତ ହୋଇଥିଲେ । ମଞ୍ଚରେ ସଂସ୍କୃତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଅଞ୍ଜନ କୁମାର ହୋତା । ସମ୍ପାଦକ ଦୀପକ ଶତପଥୀ, ସହସମ୍ପଦକ ଭବାନୀ ଶଙ୍କର ନନ୍ଦ, କୋଷାଧ୍ୟକ୍ଷ ପ୍ରିୟରଞ୍ଜନଙ୍କ ସମେତ ଅନ୍ୟ କର୍ମକର୍ତା ମନେ ପରିଚାଳନାରେ ସହଯୋଗ କରିଥିଲେ। ପୂର୍ବାହ୍ନରେ ସତ୍ୟବାଦୀ ମହୋତ୍ସବ କମିଟି ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ସ୍ଥାନୀୟ ପଞ୍ଚସଖା ସ୍ମୃତି ପାଠାଗାରରେ ଅନୁଷ୍ଠିତ ହୋଇଥିଲା। ରେଡ଼କ୍ରସ, ଭୁବନେଶ୍ୱର ତରଫରୁ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ଏବଂ ୯୬ ୟୁନିଟ ରକ୍ତ ସଂଗ୍ରହ କରାଇଥିବା ଅନୁଷ୍ଠାନ ସମ୍ପାଦକ ଶ୍ରୀ ଶତପଥି ସୂଚନା ଦେଇଥିଲେ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |
ସାକ୍ଷୀଗୋପାଳ ଙ୍କ ମନ୍ଦିର କାର୍ଯ୍ୟାଳୟ ରୁ ଆଇନଜୀବୀ ବିନାୟକ ଙ୍କୁ ନିବୃତ ରହିବାକୁ ଚିଠି |