ଖବର ସତ୍ୟବାଦୀ ଓଡ଼ିଆ NEWS : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୧ କିଲୋଗ୍ରାମ ସୁନା ମିଳିଛି। ଗୋଟିଏ ଦିନରେ ହୁଣ୍ଡିରୁ ଏତେ ପରିମାଣର ସୁନା ଗହଣା ମିଳିବା ପ୍ରଥମ ଘଟଣା ବୋଲି ଜଣାପଡିଛି। ଆଜି ହୁଣ୍ଡିରୁ ପ୍ରାୟ ୬ ଲକ୍ଷ ୨୮ ହଜାର ୨୩୭ ଟଙ୍କା ଦାନ ହିସାବରେ ମିଳିଥିବା ବେଳେ ଏକ କିଗ୍ରା ୮୦୦ ମିଲିଗ୍ରାମ ସୁନା ଓ ଏକ ଗ୍ରାମ ୨୦୦ ମିଲିଗ୍ରାମ ରୁପା ଦାନରେ ପ୍ରାପ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ହୁଣ୍ଡି ଗଣତି ସମୟରେ ଏହି ଦାନ ଟଙ୍କା ଓ ସୁନା ରୁପା ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପୁରୀ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ଶ୍ରୀମନ୍ଦିର ହୁଣ୍ଡିରେ ସାଧ୍ୟମତେ ଦାନ କରିଥାନ୍ତି। ଏହି ଦାନରେ ଅର୍ଥ ସମେତ ସୁନା ଓ ରୁପା ଭଳି ଦ୍ରବ୍ୟ ମଧ୍ୟ ଭକ୍ତମାନେ ଦାନ କରିଥାନ୍ତି। ପ୍ରତ୍ୟେକ ଦିନ ସେହି ହୁଣ୍ଡିରେ ଯେଉଁ ଅର୍ଥ କିମ୍ବା ଦ୍ରବ୍ୟ ସଂଗୃହିତ ହୁଏ, ସେ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥାଏ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ… ନିୟୁଜ

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |