କର୍ମଭୂମିରେ ଉତ୍କଳମଣି ଙ୍କ ୯୬ ତମ ଶ୍ରାଦ୍ଧଉତ୍ସବ ପାଳନ କଲେ ସମାଜସେବୀ ତଥା ପୂର୍ବ ତନ ଶିକ୍ଷକ ସତ୍ୟବାଦୀ ଦାସ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ NEWS :କର୍ମ ଭୂମି ସତ୍ୟବାଦୀରେ ଗତକାଲି ପୁଣ୍ୟାତ୍ମା ଙ୍କ ଶ୍ରାଦ୍ଧ ଶାସ୍ତ୍ରୀୟ ମତରେ ପାରମ୍ପରିକ ରୀତିରେ ପାଳନ ହୋଇଯାଇଛି. ପୂର୍ବାହ୍ନ ସାତଟା ସମୟରେ ବିଦ୍ୟାଳୟ ସଫେଇ ,ପଞ୍ଚସଖା ସମାଧି ପୀଠ ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ଧୂପ ଦୀପ ଓ ମାଲ୍ୟାର୍ପଣ କରାଯାଇଥିଲା. ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗୋପ କବିତା ଗାନକରି ବିଦ୍ୟାଳୟ ନିକଟସ୍ଥ କେତକୀ୍ଝର ନିକଟରେ ପହଂଚିଥିଲେ. ସତ୍ୟବାଦୀ ଉଚ୍ଚବିଦ୍ୟାଳୟ,ସରକାରୀବାଳିକା ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ,ଭାରତ ବିକାଶ ପରିଷଦ, ସତ୍ୟବାଦୀ ସ୍ୱାଭିମାନ ମଞ୍ଚ, ସତ୍ୟବାଦୀ ସାକ୍ଷୀଗୋପୀନାଥ ମନ୍ଦିରର ସେବାୟତ, ମିଶନ ସତ୍ୟବାଦୀ, ସତ୍ୟବାଦୀ ଯୋଗ ପରିବାର ଏବଂ ଅନ୍ୟ ବିଭିନ୍ନ ସଂଗଠନର କର୍ମକର୍ତା ମାନେ ଯୋଗଦେଇ ପୁରୋହିତ ଦ୍ୱାରା ସଂକଳ୍ପ ନେଇ ପିଲାମାନଙ୍କସହ ତିଳ ତର୍ପଣ କରିଥିଲେ. ଏଠାରେ ଏକ ଭାବ ଗମ୍ଭୀର ଏବଂ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା. ଏହାପରେ ସତ୍ୟବାଦୀ ଊଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳମଣି ଉଦେଶ୍ୟରେ ମିଶନ ସତ୍ୟବାଦୀ ଦ୍ୱାରା ଏକ ସ୍ମୃତିଚାରଣ ସଭା ମିଶନର ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା. ଉକ୍ତ ସଭାରେ ଓଡିଆ ସାହିତ୍ୟ ଗବେଷକ ଓ ବିଛିନ୍ନଞ୍ଚଳରେ ଓଡିଆ ଭାଷାକୁ ପ୍ରଚାର ପ୍ରସାର କରୁଥିବା ବର୍ଷିଆନ ସାହିତ୍ୟ ସାଧକ ଶ୍ରୀଯୁକ୍ତ ପର୍ଶୁରାମ ଦ୍ଵି୍ବେଦି ମୁଖ୍ୟ ଅତିଥି, ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଉତ୍କଳ ବିଶ୍ୱବିଦ୍ୟାଳୟ ଓଡିଆ ସାହିତ୍ୟ ବିଭାଗର ପ୍ରାକ୍ତନ ପ୍ରଫେସର ଶରତ ଚନ୍ଦ୍ର ରଥ ମୁଖ୍ୟ ବକ୍ତା ଏବଂ ବିଶିଷ୍ଟ ସମାଜ ସେବୀ ସୀତାବଳଭ ମହାପାତ୍ର ସାନମାନୀତ ଅତିଥି ଭାବରେ ଯୋଗଦେଇଥିଲେ. ପ୍ରାରମ୍ଭରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମତୀ ବୈଜୟନ୍ତୀ ମିଶ୍ର ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ. ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ବିତ୍ତରଣ କରିଥିଲେ. ସମସ୍ତ କାର୍ଯ୍ୟକ୍ରମରେ ସ୍ବେଛାସେବୀ ଦେବାଶିଷ ମିଶ୍ର , ଆଲୋକ ଖୁଣ୍ଟିଆ, ଖେଳ ଶିକ୍ଷକ ସୁଚିତ୍ର ଖଟେଇ, ବସନ୍ତ କୁମାର ସ୍ୱାଇଁ, ସବିତା ରଥ,ଦୀପା ଗୁରୁ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ.

ଅଧିକ ପଢନ୍ତୁ ସେୟାର କରନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS |