ସାକ୍ଷୀଗୋପାଳ ଙ୍କ ମନ୍ଦିର କାର୍ଯ୍ୟାଳୟ ରୁ ଆଇନଜୀବୀ ବିନାୟକ ଙ୍କୁ ନିବୃତ ରହିବାକୁ ଚିଠି |

Love with Khabar Satyabadi

ସାକ୍ଷୀଗୋପାଳ ୨୩। ୧ ।ଖବର ସତ୍ୟବାଦୀ ଓଡିଶା NEWS ଆଇନିଜୀବୀ ବିନୟକ ପ୍ରସାଦ ମହାନ୍ତି ଆଉ ସାକ୍ଷୀଗୋପାଳଙ୍କ ଓକିଲ ଭାବେ କୌଣସି କୋର୍ଟରେ କେଶ ଲଢ଼ିବେ ନାହିଁ ।  ଚିଠି ସଂଖ୍ୟା ୫୪୦ ଅନୁଯାୟୀ ସାକ୍ଷୀଗୋପାଳ ମନ୍ଦିର ପ୍ରଶାସକ ତଥା ସତ୍ୟବାଦୀ ତହସିଲଦାର ଆଇନିଜିବି ମହାନ୍ତିଙ୍କ ଅବଗତ ନିମନ୍ତେ ଏକ ଚିଠି କରିଛନ୍ତି । ଚିଠିରେ  ଆଇନିଜିବି ମହାନ୍ତି ସତ୍ୟବାଦୀ ଗୋପୀନାଥ ଦେବ ଅର୍ଥାତ ସାକ୍ଷୀଗୋପାଳଙ୍କ  ପକ୍ଷରୁ  ସିଭିଲ୍ କୋର୍ଟ, ହାଇକୋର୍ଟ, ସୁପ୍ରିମକୋର୍ଟ, ଏଣ୍ଡାଉମେଣ୍ଟ କୋର୍ଟ କମିଶନର ଏବଂ ଏକୀକରଣ/ସେଟେଲମେଣ୍ଟ କୋର୍ଟ କମିଶନରଙ୍କ ନାମରେ  ଆଇନଗତ ମାମଲା ଦାୟର କରିବା ପାଇଁ ମନ୍ଦିର କାର୍ଯ୍ୟାଳୟରୁ ନିବୃତ୍ତ ରହିବାକୁ ଉଲ୍ଲେଖ ରହିଛି । ଏଥିପାଇଁଶ୍ରୀ ଶ୍ରୀ ସତ୍ୟବାଦୀ ଗୋପୀନାଥ ଦେବଙ୍କ ଟ୍ରଷ୍ଟ ବୋର୍ଡର ଗତ ୧୯.୧୨.୨୦୨୫ ରେ ହୋଇଥିବା ଏକ ପ୍ରସ୍ତାବରେ ଆଲୋଚନା ଅନୁଯାୟୀ, ସିଭିଲ୍ କୋର୍ଟ, ହାଇକୋର୍ଟ, ସୁପ୍ରିମକୋର୍ଟ, କମିଶନର ଏଣ୍ଡାଓମେଣ୍ଟ କୋର୍ଟ, ବିବିଏସଆର ଏବଂ କମିଶନର କନସୋଲିଡେସନ/ସେଟେଲମେଣ୍ଟ କୋର୍ଟ କିମ୍ବା ଅନ୍ୟ ଯେକୌଣସି ଉଚ୍ଚ ନ୍ୟାୟାଳୟରେ ଯେକୌଣସି ଆଇନଗତ ମାମଲା ଦାଖଲ ଏବଂ ଉପସ୍ଥିତ ହେବାରୁ ନିଜକୁ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ତତ ସହିତମନ୍ଦିର କାର୍ଯ୍ୟାଳୟ ଆଇନଗତ ମାମଲା ଦାଖଲ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନ୍ୟ ଓକିଲମାନଙ୍କୁ ନିୟୋଜିତ କରାଯିବ ବୋଲି ପତ୍ରରେ ସ୍ପଷ୍ଟ ଉଲ୍ଲେଖ ରହିଛି ।ଏଥିପାଇଁ ଆଇନିଜିବି  ମହାନ୍ତି ପରିଚାଳନା କରୁଥିବା ସମସ୍ତ ମାମଲା ପାଇଁ ‘ନୋ ଆପତ୍ତି ପ୍ରମାଣପତ୍ର’ ଦାଖଲ କରିବାକୁ ମଧ୍ୟ ଅନୁରୋଧ କରାଯାଉଛି ଏବଂ ନିଜ ଦ୍ୱାରା ଦାଖଲ କରାଯାଇଥିବା ବିଭିନ୍ନ କୋର୍ଟରେ ବିଚାରାଧୀନ ମାମଲା ତାଲିକା ମଧ୍ୟ ହସ୍ତାନ୍ତର କରିବାକୁ କୁହାଯାଇଛି। ଏଥିପାଇଁ ଆଇନିଯିବି ବିନାୟକ ପ୍ରସାଦ ମହାନ୍ତି କୁହନ୍ତି ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟରୁ କରାଯାଇଥିବା ଚିଠି ଏ ପର୍ଯ୍ୟନ୍ତ ମୁଁ ପାଇ ନାହିଁ ଚିଠି ପାଇଲା ପରେ ଏ ବିଷୟରେ ମୁଁ ଯାହା କାର୍ଯ୍ୟପନ୍ଥା ଗ୍ରହଣ କରିବି ।ଅନ୍ୟ ଏକ ଘଟଣାରେ ଆଇନିଜିବି ବିନାୟକ ପ୍ରସାଦ ମହାନ୍ତିଙ୍କ ନାମରେ ସତ୍ୟବାଦୀ ଥାନାରେ ଏକ ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ସାକ୍ଷୀଗୋପାଳ ମନ୍ଦିର ସହକାରୀ ପ୍ରଶାସକ ଲଳିତେନ୍ଦୁ ମହାନ୍ତି । ଅଭିଯୋଗରେ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ଆଇନିଜିବି ମହାନ୍ତି ବାରମ୍ବାର ଆସି କାର୍ଯ୍ୟରେ ବାଧା ଦେବା ଓ ଜୀବନ ନେବାର ଧମକ1ଦେବା ଭଳି ଅଭିଯୋଗ ରହିଛି ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ…