ଭୁବନେଶ୍ୱର: (ଖବର ସତ୍ୟବାଦୀ ) ସୋମବାର ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ । ଆଜି ତାରିଖ ଘୋଷଣା କରିବ ବୋର୍ଡ । ୨୭ ତାରିଖରେ ପରୀକ୍ଷା ଫଳ ପ୍ରକାଶ ସମ୍ଭାବନା । ସାଢ଼େ ୫ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା । ମାଟ୍ରିକ୍ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ । ପରୀକ୍ଷା ଫଳ ସହ ରହିଛି ଡିଜିଟାଲ ସାର୍ଟିଫିକେଟ୍ ପ୍ରଦାନ ଯୋଜନା ।
ସାଧାରଣ ନିର୍ବାଚନ ପାଇଁ ବିଳମ୍ୱରେ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ଚର୍ଚ୍ଚା । ପରୀକ୍ଷା ଫଳ ବାହାରିବା ସମୟରେ ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ଡିଜିଟାଲ ସାର୍ଟିଫିକେଟ ବ୍ୟବସ୍ଥା ପ୍ରଥମ ଥର ପାଇଁ ପ୍ରଚଳିତ ହେବାର ଯୋଜନା ଥିବାରୁ ତ୍ରୁଟିଶୂନ୍ୟ ସାର୍ଟିଫିକେଟ ପ୍ରସ୍ତୁତି ପାଇଁ ବୋର୍ଡ ପକ୍ଷରୁ ଏକ୍ସପର୍ଟଙ୍କ ସହାୟତା ଦିଆଯାଇଛି ।
ଫଳ ପ୍ରକାଶନ ପରେ କୃତୀ ପରୀକ୍ଷାର୍ଥୀଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବ । ପରୀକ୍ଷାର୍ଥୀମାନେ କିପରି ହ୍ୱାଟସଆପରେ ନିଜ ନିଜର ରେଜଲ୍ଟ ଜାଣିପାରିବେ ତା’ ଉପରେ ମଧ୍ୟ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ଯେଉଁ ମୋବାଇଲକୁ ରେଜିଷ୍ଟ୍ରେସନ କରାଇଥିଲେ ଉକ୍ତ ନମ୍ବରରେ ଲିଙ୍କ ପଠାଯିବ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ...
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |