ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ୧୧୬ ତମ ବାର୍ଷିକ ଉତ୍ସବ) ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ୧୧୬ ତମ ବାର୍ଷିକ ଉତ୍ସବ ସୋମବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି ସଭାପତିତ୍ୱ କରିଥିବା ବେଳେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଶତ୍ରୁଘଂନ ପାଣିଗ୍ରାହୀ , ବିଶିଷ୍ଟ ଅତିଥି ଭାବେ ବୁଦ୍ଧିଜୀବୀ ତଥା ବରିଷ୍ଟ ଖବରଦତ୍ତା ଧୀରେନ୍ଦ୍ର ନାଥ ଦାଶ , ସନ୍ନମାନିତ ଅତିଥି ଭାବେ ବିଡିଓ ଦେବାସିସି ନାୟକ , ବ୍ଲକ ଶିକ୍ଷାଅଧିକାରୀ କୈଳାସ ଚନ୍ଦ୍ର ପାଢ଼ୀ , ଆଲୁମିନି କମିଟି ସଭାପତି କିଶୋର ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ସେହିଭଳି ଅନ୍ୟତମ ଅତିଥି ଭାବେ ଅଭିଭାବକ କମିଟି ସଭାପତି ଚକ୍ରଧର ମହାରଣା ,ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ କର , ପୂର୍ବତନ ପ୍ରଧାନଶିକ୍ଷକ ଲଷ୍ମୀଧର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷୟତ୍ରୀ ଗୀତାଞ୍ଜଳି ବେହେରା ସ୍ୱାଗତ ଭାଷଣ ଦେଇଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ବୈଜୟନ୍ତି ମିଶ୍ର ବିବରଣୀ ପାଠ କରିଥିଲେ । ଖୁବ କମ ଦିନ ମଧ୍ୟରେ ଉକ୍ତ ବିଦ୍ୟାଳୟର ନବକଳେବର ହେବ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାଶ ଓ ମହାପୁରୁଷ ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କୁ ଆମ୍ଭେ ସମ୍ପ୍ରତି ସମୟରେ କିଭଳି ଉପଯୋଗ କରିଛେ ତାହାକୁ ସମୀକ୍ଷା କରିବା ସହ ସମାଜ ଗଠନରେ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ପଣ୍ଡିତ ଉତ୍କଳ ମଣି ଏଠାରେ ଯେଉଁ ଶିକ୍ଷା ଦାନ ଦେଉଥିଲେ ତାହାକୁ ମଧ୍ୟ ସମୀକ୍ଷା କରିବା ପାଇଁ ଉପସ୍ଥିତ ଛାତ୍ରୀଛାତ୍ର ତଥା ଶିକ୍ଷୟତ୍ରୀ ଶିକ୍ଷକ ଙ୍କୁ ପରାମର୍ଶ ଦେଇଥିଲେ ମୂଖ୍ୟ ବକ୍ତା ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଡ଼ଃ ଶତ୍ରୁଘ୍ନ ପାଣିଗ୍ରାହୀ । ଏହି ଅବସରରେ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗିଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିବରଣୀ ପାଠ କରିଥିଲେ ସହ ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର ଓ ସଂଯୋଜନା କରିଥିଲେ ଶିକ୍ଷୟତ୍ରୀ ଗୀତା ରାଣୀ ବେହେରା।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ଦଶମ ସତ୍ୟବାଦୀ ମହୋତ୍ସବ ପାଇଁ ସରିଲା ପ୍ରଶାସନିକ ପ୍ରସ୍ତୁତି ବୈଠକ |
ଅଁଳାନବମୀ କୁ ନେଇ ମନ୍ଦିର ଚତୁର୍ପାଶ୍ୱ ବୁଲି ସ୍ଥିତି ପରଖିଲେ ପୁରୀ ଏସ୍ପି |
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |