ଖବର ସତ୍ୟବାଦୀ ଓଡିଶା NEWS କିଟିକିଟି ଅନ୍ଧାର। ରାତିସାରା ଅବିଶ୍ରାନ୍ତ ବର୍ଷା। ଭୋକରେ କୁନି ପେଟଟା ଆଉଟୁପାଉଟୁ ହେଉଥାଏ। କାନ୍ଦି କାନ୍ଦି ଆଖିର ଲୁହକୁ ପିଇବା ଛଡା ତା’ପାଖରେ ଆଉ ଚାରା ନଥାଏ। ଏକୁଟିଆ ହୋଇ ସେ ମାଆକୁ ବହୁତ ଡାକିଥିଲା, ଘର ଲୋକଙ୍କୁ ଖୋଜିଥିଲା। ତା’ର ଡାକ କିନ୍ତୁ କାହାକୁ ଶୁଭୁନଥିଲା। କାନ୍ଦି କାନ୍ଦି ଆଖିରୁ ଲୁହ ବି ସରିଗଲା। ଶେଷରେ ସବୁ ଆଶା ଛାଡି ନିଜ ଜୀବନ ନିଜେ ବଞ୍ଚାଇବାକୁ ପ୍ରାଣମୂର୍ଛ୍ଛା ଉଦ୍ୟମ କଲା। ସ୍କୁଲ ଝରକା ରେଲିଂ ଦେଇ ବାହାରକୁ ବାହାରିବାକୁ ଚେଷ୍ଟା କଲା। ହେଲେ ଶରୀରଟା ସିନା ବାହାରକୁ ବାହାରିଗଲା ମୁଣ୍ଡ କିନ୍ତୁ ରହିଗଲା। ବାସ୍.. ଆଉ ଲଢିବାକୁ ନାଥିଲା ବଳ ନା ବୁଦ୍ଧି। ଏଭଳି ସମୟରେ ଏକୁଟିଆ ରାତି କାଟିଛି ଦ୍ବିତୀୟ ଶ୍ରେଣୀର କୁନି ଝିଅ ଜ୍ୟୋତ୍ସ୍ନା ଦେହୁରୀ।କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏ ଘଟଣା ଯେତିକି ହୃଦୟ ବିଦାରକ ସେତିକି ଚିନ୍ତାଜନକ ମଧ୍ୟ। ସୂଚନା ଅନୁଯାୟୀ ଗତକାଲି ସ୍କୁଲ ଛୁଟି ପରେ ଶ୍ରେଣୀ ଗୃହରେ ତାଲା ପକାଇଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ତେବେ ଶ୍ରେଣୀ ଗୃହ ଭିତରେ ରହିଯାଇଥିଲେ ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ। ସେପଟେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ଝିଅକୁ ପାଇନଥିଲେ। ଆଉ ଆଜି ସକାଳୁ ସ୍କୁଲ୍ ଗେଟ୍ ଖୋଲିବା ପରେ ଛାତ୍ରୀ ଜଣଙ୍କୁ ଏଭଳି ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।
ଅଧିକ ପଢନ୍ତୁ…….
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର