ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର  ଶିବିର ଉଦ୍ଘାଟିତ*

Love with Khabar Satyabadi

ସାକ୍ଷୀଗୋପାଳ(ସତ୍ୟବାଦୀ): ତା.୧୩.୦୧.୨୦୨୬ରିଖ ମଙ୍ଗଳବାର ଦିନ ଓଡ଼ିଆ ବିଶ୍ଵବିଦ୍ୟାଳୟରରେ ‘ଜାତୀୟ ସେବା ଯୋଜନା ଶାଖାର ସ୍ବତନ୍ତ୍ର ଶିବିର’ ଉଦ୍ଘାଟନୀ ଉତ୍ସବ ବେଶ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନବିଦ୍ୟାଳୟଠାରେ ପ୍ରତିଷ୍ଠିତ ସ୍ବତନ୍ତ୍ର ଭାଷାଭିଭିକ ଓଡ଼ିଆ ବିଶ୍ବବିଦ୍ୟାଳୟର ଏହା ଜାତୀୟ ସେବା ଯୋଜନାର ପ୍ରଥମ ଶୀତକାଳୀନ ସ୍ବତନ୍ତ୍ର ଶିବିର । ସର୍ବପ୍ରଥମେ ଓଡ଼ିଆ ବିଶ୍ବବିଦ୍ୟାଳୟର କୁଳସଚିବ, ଜାତୀୟ ସେବା ଯୋଜନା ଅଧିକାରୀ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଏବଂ ସମସ୍ତ ଅଧ୍ୟାପକ ଓ ସ୍ବେଚ୍ଛାସେବୀଙ୍କ ଦ୍ଵାରା NSS ପତାକା ଉତ୍ତୋଳନ କରାଯାଇ ଏହି ଶିବିରର ଅୟମାରମ୍ଭ କରାଯାଇଥିଲା। ପରେପରେ ‘ଜାତୀୟ ସେବା ଯୋଜନାଶାଖାର ସ୍ବତନ୍ତ୍ର ଶିବିର’ ଉଦଘାଟନ ସଭା ବିଶ୍ଵବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାସଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ସର୍ବପ୍ରଥମେ ପ୍ରଭୁ ଜଗନ୍ନାଥ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଅତିଥିଗଣ ମଞ୍ଚାସୀନ ହୋଇଥିଲେ। ସେଚ୍ଛାସେବୀ ସତ୍ୟରଞ୍ଜନ ଦାସ ଏବଂ ଦଳ ଉଦ୍ଘାଟନୀ ସଙ୍ଗୀତ ଗାନ ପରେ ସ୍ବେଚ୍ଛାସେବୀ ସାଇପ୍ରସାଦ ପଟ୍ଟନାୟକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସ୍ବେଚ୍ଛାସେବୀ ଆଶିଷ କୁମାର ସାହୁ। ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡ.ଶର୍ମିଷ୍ଠା ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ଯକ୍ଷ ଡ.ପ୍ରଦ୍ୟୁମ୍ନ କୁମାର ମିଶ୍ର ଏହି ସଭାରେ ସଭାପତିତ୍ବ କରିଥିଲେ। ଓଡ଼ିଆ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବ୍ୟାପାରର ଡିନ୍ ଲିପିକା ନାୟକ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଅଭିଭାଷଣ ବ୍ୟକ୍ତ କରିଥିଲେ। କୁଳସଚିବ ନିଜ ଉଦଘାଟନ ଅଭିଭାଷଣରେ ସ୍ବେଚ୍ଛାସେବୀମାନଙ୍କୁ ଗାନ୍ଧୀ, ମଦର ଟେରେସା ଓ ଗୋପବନ୍ଧୁଙ୍କ ଭଳି ସେବା ମନୋବୃତ୍ତି ରଖି ଆଗକୁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ସ୍ବତନ୍ତ୍ର ଶିବିରରେ ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇଥିଲେ। ଅପରାହ୍ଣ ଅଧିବେଶନରେ ଓଡ଼ିଶା ରାଜ୍ୟ ଜାତୀୟ ସେବା ଯୋଜନା ପ୍ରଶିକ୍ଷକ ନିରଦବରଣ ଖୁଣ୍ଟିଆ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ସେଚ୍ଛାସେବୀମାନଙ୍କୁ ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ଓ ଏହାର କାର୍ଯ୍ୟାବଳୀ ଉପରେ ବିଭିନ୍ନ ପରାମର୍ଶ ଦେଇଥିଲେ। ସେଚ୍ଛାସେବୀ ହେବାର ଆବଶ୍ୟକତା ଓ ସ୍ୱାତନ୍ତ୍ର୍ୟତା ବିଷୟରେ ଆଲୋଚନା ସହିତ ବିଭିନ୍ନ ଉଦାହରଣ ମାଧ୍ୟମରେ ସେବା କରିବାର ପ୍ରଣାଳୀକୁ ବୁଝାଇଥିଲେ। ସନ୍ଧ୍ୟା ୫.୦୦ରୁ ରାତି ୭.୦୦ପର୍ଯ୍ୟନ୍ତ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଡ. ଜୟନ୍ତ କୁମାର ପରିଡ଼ା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜକ ଭାବରେ ଦାୟିତ୍ବ ତୁଲାଇଥିଲେ। ପରିଶେଷରେ ପ୍ରଥମ ଦିବସର କାର୍ଯ୍ୟ ସମାପନ ହୋଇଥିଲା।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS.