ଦଶମ ସତ୍ୟବାଦୀ ମହୋତ୍ସବ ପାଇଁ ସରିଲା ପ୍ରଶାସନିକ ପ୍ରସ୍ତୁତି ବୈଠକ |

Love with Khabar Satyabadi

ସାକ୍ଷୀଗୋପାଳ: ଖବର ସତ୍ୟବାଦୀ ଓଡିଶା NEWS :ଦଶମ ସତ୍ୟବାଦୀ ମହୋତ୍ସବ ନିମନ୍ତେ ସତ୍ୟବାଦୀ ପ୍ରଶାସନ ଓ ସତ୍ୟବାଦୀ ମହୋତ୍ସବ କମିଟି ମଧ୍ୟରେ ଏକ ସମନ୍ୱୟ ବୈଠକ ସତ୍ୟବାଦୀ ବ୍ଲକ ସଦଭାବନା ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସତ୍ୟବାଦୀ ବ୍ଲକ  ବିଡ଼ିଓ ଦେବାଶିଷ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ମହୋତ୍ସବ କମିଟିର ସଭାପତି ତଥା ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ସଂପାଦକ ଦୀପକ ଶତପଥି, ଏସ ଡି ପି ଓ ଦେବାଶିଷ ମିଶ୍ର, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ,ଓ ସତ୍ୟବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରା ଯୋଗଦେଇଥିଲେ। ଏହି ବୈଠକ ରେ ସତ୍ୟବାଦୀ ବ୍ଲକ ର ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଯୋଗଦେଇଥିଲେ। ଚଳିତ ବର୍ଷ  4 ଦିନ ଧରି ଅନୁଷ୍ଠିତ ହେବବୋଲି ସଂପାଦକ ଦୀପକ ଶତପଥୀ କହିଥିଲେ। ଆସନ୍ତା  ଫେବୃଆରୀ ମାସ 5 ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ ହେବବୋଲି ସ୍ଥିର କରାଗଲା। ପ୍ରଥମ ଦିନ ଜ୍ୟୋତି ଯାତ୍ରା ମହା ଆଡମ୍ବର ସହକାରେ ଅନୁଷ୍ଠିତ ହେବ।ଟ୍ରାଫିକ ସୁରକ୍ଷା ପାଇଁ ୪ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ଏସ ଡି ପି ଓ ଶ୍ରୀଯୁକ୍ତ ମିଶ୍ର ସୂଚନା ଦେଇଥିଲେ। ନିୟନ୍ତ୍ରିତ ବଜାର କମିଟି ତରଫରୁ   4 ଦିନ ଧରି ସଫେଇ କାର୍ଯ୍ୟ କରାଯିବ। ଅଗ୍ନି ସୁରକ୍ଷା, ପ୍ରାଥମିକ ଚିକିତ୍ସା କେନ୍ଦ୍ରର  ବ୍ୟବସ୍ଥା ରହିବ। ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ପରିସ୍ରାଗାର ନିର୍ମାଣ କରାଯିବ। ବିଭିନ୍ନ ସରକାରୀ ବିଭାଗ ତରଫରୁ ବିଭିନ୍ନ ପ୍ରକାର ଷ୍ଟଲ କରାଯିବ ବୋଲି ସ୍ଥିର କରାଯାଇଛି। ଏହି ବୈଠକ ରେ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର,ଜାନକୀ ବଲ୍ଲଭ ବରାଳ, ଦିଲୀପ ମହାନ୍ତି, ବିଶ୍ୱଜିତ ମହାପାତ୍ର, ଭଗବାନ ବେହେରା, ତ୍ରିଲୋଚନ ରଥ, ଅଭୟ ନାଥ, ଗୌତମ ମିଶ୍ର, ସତୀଶ ମିଶ୍ର ଓ ଅଶୋକ ରାଉତରାୟ ଙ୍କ ସମେତ ସମସ୍ତ  ବିଭାଗୀୟ ଅଧିକାରୀ  ସରପଞ୍ଚ, ସମିତି ସଭ୍ୟ, ସମିତି ସଭ୍ୟା ମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…