ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS..
ସାକ୍ଷୀଗୋପାଳ ମନ୍ଦିରରେ ମକର ଚାଉଳ ଭୋଗଲାଗି ପାଇଁ ଆଖ ପାଖ ଅଞ୍ଚଳ ର ଶ୍ରଦ୍ଧାଳୁ ଙ୍କ ଭିଡ଼ |
ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ପରମ୍ପରା କ୍ରମେ ମକର ଚାଉଳ ଭୋଗ ଲାଗି କରାଯାଇଛି। ମାସନ୍ତ ଦିନ ମହାଲକ୍ଷ୍ମୀଙ୍କ ବାପଘରୁ ଆସିଥିବା ମକର ଭାରରେ ମନ୍ଦିର ମାଳି ସେବାୟତ ମାନେ ମକର ଚାଉଳ ପ୍ରସ୍ତୁତ କରିଥିଲେ। ମକରଭାର ସହିତ ଆସିଥିବା ନୂତନ ବସ୍ତ୍ର ସାକ୍ଷୀଗୋପାଳ ଓ ରାଧାରାଣୀ ପରିଧାନ କରିଥିଲେ। ମନ୍ଦିର ଚୁଡାରେ ନେତ ବନ୍ଧା ଯାଇଥିଲା । ଚୂନପାଣି ପକାଯାଇ ବେଢ଼ା ଶୋଧ କରାଯିବା ପରେ ରୁପା ପିଙ୍ଗଳରେ ମକର, ସାକର, ଦଧି ଓ ନଳିପାନ ଏପରି ଚାରିବେଢ଼ା ଅନୁଷ୍ଠିତ ହୋଇଥିଲା l ଛତିତ୍ରାସ, ଵାଜା, ମହୁରୀ, କହାଳୀ, ଘଣ୍ଟ ବଜାଇ ଠାକୁରଙ୍କୁ ଆଳତି ଓ ଉପଚାର କରି ପୂଜାପଣ୍ଡା ବନ୍ଦପନା କରିଥିଲେ। ମକର ଭାରରେ ପ୍ରସ୍ତୁତ ମକର ଚାଉଳ ପ୍ରଥମେ ପ୍ରଭୁଶ୍ରୀ ସାକ୍ଷୀଗୋପାଳ ଓ ମା ଶ୍ରୀରାଧା ଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରା ଯାଇ ବଳି ଆଟିକାରେ ନବାଙ୍କ ଚଣ୍ଡ ପ୍ରଦାନ କରାଯାଇଥିଲା l ଆଖ ପାଖ ଅଞ୍ଚଳ ର ଶ୍ରଦ୍ଧାଳୁ ମାନେ ମନ୍ଦିର ଵେଢା ମଧ୍ୟରେ ନୂଆ ଚାଉଳରେ ମକର ଚାଉଳ ଭୋଗ ପ୍ରସ୍ତୁତ କରି ଠାକୁରଙ୍କୁ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ l ବୃନ୍ଦାବନରୁ ସାକ୍ଷୀ ଦେବାକୁ ଆସିଥିବା ସାକ୍ଷୀଗୋପାଳ ଙ୍କୁ ବର୍ଷ ତମାମ ଗହମ ଅଟାରେ ପ୍ରସ୍ତୁତ ଶୁଖିଲା ଭୋଗ ନୈବେଦ୍ୟ ବିଧି ପ୍ରଚଳିତ ରହିଥିବା ବେଳେ ଗୋଟିଏ ଦିନ ମକର ସଂକ୍ରାନ୍ତି ରେ ନିର୍ଦ୍ଧିଷ୍ଟ ସମୟ ପାଇଁ ମକର ଭୋଗ ଲାଗି କରାଯାଏ। କିପରି ହୁଏ ମକର ଚାଉଳ:- ନୁଆ ହାଣ୍ଡିରେ, ଅରୁଆ ଚାଉଳ, କୋରା ନଡ଼ିଆ, ଅଦା, ଆଖୁ, ମହୁ, ଘିଅ, ଖିର, ପାଚିଲା କଦଳୀ , ମୁଆଁ, ଛେନା, ରାବିଡି, ଖୁଆ, ଅଳେଇଚ, ଲବଙ୍ଗ, ଗୋଲମରିଚ ଗୁଣ୍ଡ, କର୍ପୁର, ଚିନି କିମ୍ବା ଗୁଡ଼, ଖିଶିମିଶି, କମଳା, ସେଓ, ଅଙ୍ଗୁର ଆଦି ମିଶ୍ରଣ ରେ ସୁସ୍ବାଦୁ ମକର ଚାଉଳ ଭୋଗ ପ୍ରସ୍ତୁତ କରାଯାଇଥାଏ।

More Stories
ଅଠାଇସ ରେ ସୁନା ବେଶରେ ଦର୍ଶନଦେଲେ ସିଦ୍ଧ ବଳରାମ |
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|
ରାଧାଷ୍ଟମୀରେ ରାଧାରାଣୀଙ୍କୁ ବ୍ରହ୍ମକମଳ ପୁଷ୍ପ ଅର୍ପଣ କଲେ ସମାଜସେବୀ ନିହାର |