ଆର ପାରିରେ ସାକ୍ଷୀଗୋପାଳ ଙ୍କ ମନ୍ଦିର ର ଯୁବ ସେବାୟତ ମିଟୁ |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ NEWS :ସାକ୍ଷୀଗୋପାଳ ମନ୍ଦିର ଯୂଵ ସେବାୟତ ବିଶ୍ଵନାଥ ମେକାପ(ମିଟୁ) ଙ୍କର ମଙ୍ଗଳବାର ଅକାଳ ବିୟୋଗ ହୋଇଛି। ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ୩୯ ବର୍ଷ ବୟସ୍କ ଭଣ୍ଡାର ମେକାପ ସେବାୟତ ଙ୍କ ପେଟରେ ଯନ୍ତ୍ରଣା ହେବାରୁ ରବିବାର ରାତିରେ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ଅଵସ୍ଥା ଉଦବେଗଜନକ ହେବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମୃତ୍ୟୁ ଖବର ପାଇବା ପରେ ସେବାୟତ ମାନଙ୍କ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ବୃଦ୍ଧ ମାତାପିତାଙ୍କ ର ଏକମାତ୍ର ପୁତ୍ର ମିଟୁ ଙ୍କ ବିଧବା ପତ୍ନୀ ଓ ଦୁଇଟି କନ୍ୟା ୫ ଓ ଏକ ବର୍ଷର ରହିଛନ୍ତି। ଏ‌ହି ଦୁଃଖ ଦାୟକ ଘଟଣାରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବଵାସୀ ତ୍ରିପାଠୀ, ସେବାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ, କୋଷାଧ୍ୟକ୍ଷ ଉମେଶ ଚନ୍ଦ୍ର ନନ୍ଦ ଙ୍କ ସହିତ କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଥିଲେ। ମରଶରୀର ସେବକ ସାହି ରେ ପହଞ୍ଚିବା ପରେ ଯୁବ ସେବାୟତ ମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ପରମ୍ପରା ଅନୁଯାୟୀ ମନ୍ଦିର ରୋଷ ଚୁଲାରୁ ଅଗ୍ନି ସଂଗ୍ରହ କରାଯାଇ ସ୍ଵର୍ଗଦ୍ଵାର ରେ ଅନ୍ତିମ ସଂସ୍କାର କରାଯାଇଥିଲା। ସମୁଦାୟ ମେକାପ ସେବାୟତ ଙ୍କ ଅଶ୍ୟୈଚ ହୋଇଥିବାରୁ ଠାକୁରଙ୍କ ଦିନ ଚାପ କିଛି ସମୟ ବିଳମ୍ବରେ ହୋଇଥିଲା। ରାତିରେ ହେବାକୁ ଥିବା ସେବକ ମାନଙ୍କ ୧୯ ପାଳି ଚନ୍ଦନ ପାଳି ଫିକା ପଡ଼ିଯାଇଥିବା ଦେଖାଯାଇଥିଲା।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS.….