ପୁରୀ ଚନ୍ଦନଯାତ୍ରା ରେ ଅଘଟଣ କୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ ନିଉକ :

ପୁରୀ :ଚନ୍ଦନ ଯାତ୍ରା ସମୟ ରେ ନରେନ୍ଦ୍ର ପୋଖରୀରେ ବାଣ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି |ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ |ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା |ଏହାକୁ ଟ୍ୱିଟ କରି ମଧ୍ୟ ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି |

ଚନ୍ଦନ ଯାତ୍ରା ସମୟ ରେ ନରେନ୍ଦ୍ର ପୁଷ୍କରିଣୀ ଦେବୀଘାଟ ରେ ଘଟିଥିବା ଦୁର୍ଭାଗ୍ୟ ଜନକ ବାଣ ଦୁର୍ଘଟଣା ରେ ବହୁ ଲୋକ ଆହତ ହେବା ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି.ଆହତ ମାନଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରି ତୁରନ୍ତ ଉପଯୁକ୍ତଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ଓ ପୁରୀ ଜିଲ୍ଲା ପାଳ ଙ୍କୁ ନିର୍ଦେଶ ଦେଇଛନ୍ତି.ଆହତ ମାନଙ୍କ ଚିକିତ୍ସା ଖର୍ଚ୍ଚ CMRF ରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି.
ଆହତ ଙ୍କ ଆଶୁ ଆରୋଗ୍ୟ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି.

ଅଧିକ ପଢ଼ନ୍ତୁ ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ...