ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଠାରେ ବଡ଼ ଧରଣ ର ଅଗ୍ନିକାଣ୍ଡ |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ NEWS.:ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଅଘଟଣ। ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ବଡଧରଣର ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ଘଟି ଜଳିଗଲା ଦଶରୁ ଉର୍ଦ୍ଧ୍ବ ଫାଇବର ବେରିକେଡ ଓ କେବଲ୍। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେହି ପାଖକୁ ଯିବାକୁ ଭୟ କରୁଥିଲେ। ଅଗ୍ନିକାଣ୍ଡ ଯୋଗୁଁ ନାକଚଣା ଦ୍ୱାର ସମ୍ମୁଖ ଗଛ ଓ ଅନ୍ଯାନ୍ଯ ଜିନିଷ ଜଳିଯାଇଛି। ତେବେ ଆଜି ନିମାପଡା ଓ କାକଟପୁରରେ ନିର୍ବାଚନ ଥିବାରୁ ଏସପି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି ଯାଉଥିବାରୁ ଏଭଳି ଘଟଣା ତାଙ୍କ ନଜରକୁ ଆସିଥିଲା। ଫଳରେ ସେ ତୁରନ୍ତ ଦମକଳ ଅଫିସକୁ ଫୋନ୍ କରିଥିଲେ। ଦମକଳ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ତେବେ ଅଗ୍ନିକାଣ୍ଡରେ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ଓ ପାଚେରୀ କ୍ଷତିଗ୍ରସ୍ତ ହୋଇଛି। ଅଗ୍ନିକାଣ୍ଡ ଧୁଆଁ ଓ ତାତିରେ କଳା ପଡିଯାଇଛି। ତେବେ ଏଠାରେ କିଭଳି ନିଆଁ ଲାଗିଲା ଓ କିଏ ଲଗାଇଲା ତାହା ଜଣାପଡିନାହିଁ।,,,ଏବେ ଚନ୍ଦନ ଯାତ୍ରା ବାଣ ବିସ୍ଫୋରଣ ଅଘଟଣ ପରେ ପୁଣି ଏଭଳି ଘଟଣା ଏବେ ସାଧାରଣ ରେ ଚର୍ଚ୍ଚା ର ବିଷୟ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ..