ଆଜି ଶେଷ ପର୍ଯ୍ୟାୟ ମତଦାନ ଭୋଟ ଦଉଛି ଓଡିଶା |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ NEWS : ଦୀର୍ଘ 3 ମାସରେ ନିର୍ବାଚନ ପ୍ରଚାରରେ ବିରାମ ପରେ ଆଜି ଶେଷ ପର୍ଯ୍ୟାୟ ଭୋଟ୍। ଦେଶର 57 ଲୋକସଭା ଆସନ ମଧ୍ୟରୁ ଓଡ଼ିଶାର ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପଡ଼ିବ ଭୋଟ୍। ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଶ୍ରୀକାନ୍ତ ଜେନାଙ୍କ ସମେତ ବିଜେଡିର ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର। ନିର୍ବାଚନ କମିଶନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଓଡ଼ିଶାର ୬ଟି ଲୋକସଭା ଆସନରେ ଆଜି ମହାଲଢେଇ ଆରମ୍ଭ ଆରମ୍ଭ ହୋଇଛି । ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜରେ ଭୋଟର ମତଦାନ ଜାରି ରଖିଛନ୍ତି ।ଆଜି ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେଶର ସପ୍ତମ ତଥା ଓଡ଼ିଶାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୬ଟି ଆସନ ପାଇଁ ମତଦାନ ହେଉଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ଫାଇଟ୍ ।

‘ନିର୍ବାଚନର କ୍ଲାଇମାକ୍ସ’ରେ ମୋଟ ୪୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବଂ ଭବିଷ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୨୦୨୪ ରାଜନୀତି ଲଢେଇର ଅନ୍ତିମ ପର୍ଯ୍ୟାୟରେ ୬୬ ଜଣ ଲୋକସଭା ପ୍ରାର୍ଥୀ ଏବଂ ୩୯୪ ଜଣ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟର ନିଜ ମତଦାନ କରୁଛନ୍ତି । ରାଜ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସାରିଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ମତଦାନ ଜାରି ରହିବ । ରାଜ୍ୟରେ ଶେଷ ପର୍ଯ୍ୟାୟରେ ମୋଟ ୯୯ ଲକ୍ଷ ୬୧ ହଜାର ଭୋଟର ନିଜ ମତଦାନ କରିବା ପାଇଁ ଯାଉଛନ୍ତି । ତେଣୁ ଓଡ଼ିଶାରେ ମୋଟ ୧୦ ହଜାର ୫୮୭ଟି ବୁଥ୍ ରହିଥିବା ବେଳେ ୨୫ଟି ଅତିରିକ୍ତ ବୁଥ୍ କରାଯାଇଛି ।

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ ନିୟୁଜ...

ଅଧିକ