ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡ଼ିଆ NEWS :ତା : ୦୩/୦୬/୨୦୨୪ (ସୋମବାର) ସନ୍ଧ୍ୟା ୬:୩୦ ଘଟିକା ସମୟରେ ଯୁଗଧ୍ଵନି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠାନର ଉପଦେଷ୍ଟା ସ୍ବର୍ଗତଃ ଡ଼ଃ ଚାଇନା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା ତାଙ୍କର ଜନ୍ମସ୍ଥାନ ସାକ୍ଷୀଗୋପାଳର ଗବକୁଣ୍ଡ ଅନ୍ତର୍ଗତ ହରିପୁରରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ, ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ଓ ସ୍ୱର୍ଗୀୟ ଆତ୍ମାଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ସୁଶ୍ରୀ ରିଙ୍କିନା ପ୍ରଧାନଙ୍କର ଆବାହନୀ ଭଜନ ଗାୟନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଅନୁଷ୍ଠାନର ସଭାପତି ଡ଼ଃ କାଳନ୍ଦୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସମ୍ପାଦକ ରମାନାଥ ପର୍ବତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ନାଉଗାଁ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀ ଜ୍ୟୋତିଷ ଚନ୍ଦ୍ର ଦାସ ଜଗତସିଂହପୁର ଜିଲ୍ଲାର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁର ପୂର୍ବତନ ଅଧ୍ୟକ୍ଷ, ଶିକ୍ଷାବିତ୍, ସାହିତ୍ୟିକ, କଳା-ସଂସ୍କୃତି-ଆଧ୍ୟାତ୍ମିକତା କ୍ଷେତ୍ରର ସାଙ୍ଗଠନିକ ଦକ୍ଷତା ଓ ଅବଦାନର ସ୍ମୃତି ଚାରଣ କରିଥିଲେ l କଟକର ମୁକାମେଶ୍ୱରସ୍ଥ ତପୋବନ ଆଶ୍ରମର ପ୍ରତିଷ୍ଠାତା କ୍ରିୟାଯୋଗୀ ସ୍ୱାମୀ ବିଶ୍ୱାତ୍ମାନନ୍ଦ ଗିରି ଜୀବତ୍ମା-ପରମାତ୍ମାଙ୍କ ଦିବ୍ୟ ସମ୍ପର୍କରେ ଆଲୋଚନା ତଥା ସ୍ବର୍ଗୀୟ ଚାଇନା ବାବୁଙ୍କ ସୁଗୁଣର ସ୍ମୃତି ଚାରଣ କରିଥିଲେ l ସ୍ମୃତି ସଭାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବନବିହାରୀ ମିଶ୍ର, ରବି ପଟ୍ଟନାୟକ, ହୃଦାନନ୍ଦ ରାୟ, ଅକ୍ଷୟ କୁମାର ରାଉତ, ସରୋଜ କୁମାର ନାୟକ, ସଚ୍ଚିଦାନନ୍ଦ ପରିଡ଼ା, ଯାଜ୍ଞସେନୀ ନାୟକ, ସୁଜାତା ମହାରଣା, ହିମାଂଶୁ ମହାନ୍ତି, ଅଶୋକ କୁମାର ମୁଦୁଲି ଇତ୍ୟାଦି ଅଧ୍ୟାପକ, ଶିକ୍ଷକ ଓ ସାହିତ୍ୟିକମାନେ ଯୋଗଦେଇ ସ୍ବର୍ଗୀୟ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ l ଶେଷରେ ଅନୁଷ୍ଠାନ ନିଜର ପୂର୍ବତନ ଉପଦେଷ୍ଟା ଡ଼ଃ ଚାଇନା ପ୍ରଧାନଙ୍କୁ ‘ନାଉଗାଁର ଭୂମିପୁତ୍ର’ ସମ୍ମାନ ଦେବାର ଘୋଷଣା କରିଥିଲା
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ସିଦ୍ଧାନ୍ତ ଘରେ ସତ୍ୟବାଦୀ ବିଧାୟକ |
ଗରମଶିରା ରେ ପଡି ପୂଜକ ଗୁରୁତର |