ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡ଼ିଆ NEWS :ସତ୍ୟବାଦୀ ବିଶ୍ୱନାଥପୁର ଗୋପୀନାଥ ଦେବ ବିଦ୍ୟାପୀଠ ରେ 1996 ମସିହା ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ |ଏହି ପରିପେକ୍ଷୀରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ବରାଳ, ଙ୍କ ସମେତ ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ, ପୂର୍ବତନ ଶିକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର, ଜିତେନ୍ଦ୍ର ପ୍ରସାଦ ମିଶ୍ର, ନୀଳକଣ୍ଠ ମିଶ୍ର, ଦାମୋଦର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ, ଏହି ଅବସରରେ ପୁରାତନ ଛାତ୍ର ମୃତ୍ୟୁଞ୍ଜୟ ମହାପାତ୍ର ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଶିକ୍ଷକ ମାନଙ୍କୁ ସମ୍ମାନିତ କରିଥିଲେ, ବିଦ୍ୟାଳୟ ର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଞ୍ଜିତ କୁମାର କର, ଅମର ଶତପଥୀ, ସନ୍ତୋଷ ବେହେରା, ରଘୁନାଥ ମିଶ୍ର ସୁଜିତ କୁମାର ମିଶ୍ର, ଶୁଭସ୍ୱପ୍ନା ଶତପଥୀ, କାଳୁଚରଣ ଦାସ, ଭୀମସେନ ବିଶ୍ୱାଳ, ମନରଞ୍ଜନ ମିଶ୍ର, ବିଜୟ ନାୟକ, ରମାକାନ୍ତ ମହାପାତ୍ର ଓ ଅନେକ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନିଜ ନିଜର ପରିଚୟ ପ୍ରଦାନ ସହିତ ଏହି ବିଦ୍ୟାଳୟ ରେ ଶିକ୍ଷା ଗ୍ରହଣ କରି କିପରି ଜୀବନରେ ଉର୍ନତି ପଥରେ ଅଗ୍ରସର ହୋଇ ପାରିଛନ୍ତି ଏବଂ ପୂର୍ବତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବରାଳ ଜୀବନ କାଳ ରେ ଯୋଗ ର ଆବଶ୍ୟକତା କୁ ନେଇ ପିଲାମାନଙ୍କୁ ବୁଝାଇଥିଲେ, ଏଭଳି ଏକ କାର୍ଯ୍ୟକ୍ରମ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଛି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS..
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍