ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡ଼ିଆ NEWS :ସତ୍ୟବାଦୀ ରେ ମାତିଛନ୍ତି ଏଟିଏମ ଲୁଟେରା |ଗତ କିଛି ଦିନ ହେବ ବାରମ୍ବାର ସାଧାରଣ ଲୋକ ଙ୍କ ଠାରୁ ପଇସା ଲୁଟ ହୋଇଛି, ଏମିତି ଏକ ଘଟଣା ଘଟିଛି ଗତ ଗୁରୁବାର ସ୍ଥାନୀୟ ବିଶ୍ୱନାଥ ପୁର ଗ୍ରାମ ର 65 ବର୍ଷ ବୟସ୍କ ଲକ୍ଷ୍ମଣ ମହାପାତ୍ର ସକାଳ 9 ଟା 30 ମିନଟ ରେ ସାକ୍ଷୀଗୋପାଳ ଷ୍ଟେଟ ବ୍ୟାଙ୍କ ଏ ଟି ଏମ ରୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଏ ଟି ଏମ ମଧ୍ୟରେ ଥିବା ଅଜଣା ଯୁବକ ଚତୁରତା ର ସହିତ ଆପଣ ବୟସ୍କ ଲୋକ ଆମେ ଉଠାଇ ଦେବୁ କହି ଏ ଟି ଏମ ପାସ ୱାର୍ଡ ନେଇ ଲକ୍ଷ୍ମଣ ମହାପାତ୍ର ଙ୍କ ଠାରୁ ଏ ଟି ଏମ ବଦଳାଇ ଏ ଟି ଏମ ରୁ ପ୍ରଥମେ 10 ହଜାର ଲେଖାଏଁ 40 ହଜାର ଉଠାଇ ନେଇ ଥିଲେ, ଏବଂ ପର ମୁହୂର୍ତ୍ତ ରେ କାର୍ଡ ସ୍ୱାପ କରି 52 ହଜାର ଉଠାଇ ନେଇଛନ୍ତି, ଏହା ପରେ ଲକ୍ଷ୍ମଣ ମହାପାତ୍ର ଏନେଇ ବ୍ୟାଙ୍କ କତୃପକ୍ଷ ଙ୍କୁ ଅବଗତ କରାଇ ସତ୍ୟବାଦୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି, ଏହାକୁ ଭିତ୍ତି କରି ସତ୍ୟବାଦୀ ପୋଲିସ ଅନୁ ସନ୍ଧାନ ଚଳାଇଛି, ତେବେ କେତେଦୂର ପୋଲିସ ଚୋର କୁ ଧରିବାରେ ସକ୍ଷମ ହେଉଛି ତାହା ଦେଖିବା ବାକି ରହିଲା |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS
More Stories
ଦାଦାବଟି ମାଗିବା ଅଭିଯୋଗ ରେ ଚାରି ଜଣକୁ ଗିରଫ କଲା ସତ୍ୟବାଦୀ ପୋଲିସ |
ବେଆଇନ ମଦ ସହିତ ଜଣକୁ ଗିରଫ କରିଛି ସତ୍ୟବାଦୀ ପୋଲିସ
କଟକ ରେ ବେଆଇନ ବନ୍ଧୁକ କାରଖାନା ଠାବ |