ଆମ କୁ ଜଗନ୍ନାଥ ଆଶ୍ରିବାଦ କରିଛନ୍ତି, ଲୋକ ଭରଷା କରିଛନ୍ତି, ଆମେ ଲୋକ ଙ୍କ ପାଇଁ କରିବୁ |

Love with Khabar Satyabadi

ଖବର ସତ୍ୟବାଦୀ ଓଡ଼ିଆ NEWS :ସାକ୍ଷୀଗୋପାଳ :ଆମ କୁ ଜଗନ୍ନାଥ ଆଶ୍ରିବାଦ କରିଛନ୍ତି, ଲୋକ ଭରଷା କରିଛନ୍ତି, ଆମେ ଲୋକ ଙ୍କ ପାଇଁ କରିବୁ |ଏମିତି କିଛି କହିଛନ୍ତି ସାଂସଦ ଡ଼ ସମ୍ବିତ ପାତ୍ର, ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର |ସରକାର ଓ ପ୍ରଶାସନ ଜନସାଧାରଣଙ୍କ ନିକଟରେ ପହଞ୍ଚିବ ବୋଲି ଦୃଢୋକ୍ତି ପ୍ରକାଶ କଲେ ସାଂସଦ ଡ଼. ସମ୍ବିତ ପାତ୍ର| ସାକ୍ଷୀଗୋପାଳ ତା ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଜି 27 ତମ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା  l କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୁରୀ ସାଂସଦ  ଡାକ୍ତର ସମ୍ବିତ ପାତ୍ର, ସମ୍ମାନିତ ଅତିଥି ରୂପେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ, ମଣ୍ଡଳ କୃଷି ଅଧିକାରୀ ସୁଦେଷ୍ଣା ପରିଡ଼ା ଓ ଅତିରିକ୍ତ ପ୍ରାଣୀ ଚିକିତ୍ସକ ମୌସୁମୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ସତ୍ୟବାଦୀ ବିଧାୟକ ଶ୍ରୀଯୁକ୍ତ ମିଶ୍ର କହିଥିଲେ, ଜନ ପ୍ରତିନିଧି, ସରକାରୀ ଅଧିକାରୀ ଓ ହିତାଧିକାରୀ କିମ୍ବା ଲାଭର୍ଥୀ ମାନଙ୍କ ମଧ୍ୟରେ ସହଯୋଗ ଓ , ଯୋଗାଯୋଗ ଅଭାବରୁ ପ୍ରକୃତ ହିତାଧିକାରୀ ମାନେ ସରକାରୀ ସହାୟତା ପାଇ ପାରି ନାହାନ୍ତି l ଏହି ସମସ୍ୟାର ସମାଧାନ ହେବା ଆବଶ୍ୟକ l ମୁଖ୍ୟ ଅତିଥି ସାଂସଦ ଡାକ୍ତର ପାତ୍ର କହିଥିଲେ, ସଚେତନତା ଅଭାବରୁ ଆଜି ପର୍ଯ୍ୟନ୍ତ ହିତାଧିକାରୀ କିମ୍ବା ଲାଭର୍ଥୀ ଓ କୃଷକ ମାନେ ସେମାନଙ୍କ ନିମନ୍ତେ ରହିଥିବା ସରକାରୀ ସହାୟତା, ସୁବିଧା, ସୁଯୋଗ ସମ୍ପର୍କରେ ଜାଣି ପାରୁ ନାହାନ୍ତି l ଏହି ସମସ୍ୟାର ସମାଧାନ ଓ ଅଧିକରୁ ଅଧିକ ଲାଭର୍ଥୀ କିମ୍ବା ହିତାଧିକାରୀ ମାନଙ୍କୁ ସେମାନଙ୍କ ନିମନ୍ତେ ରହିଥିବା ଯୋଜନାରେ ସାମିଲ କରିବା ନିମନ୍ତେ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟା, ସରପଞ୍ଚ ସମିତି ସଭ୍ୟ, ସମିତି ସଭ୍ୟା ଓ ଜନ ପ୍ରତିନିଧି ମାନଙ୍କୁ ନେଇ ସରକାରୀ ଅଧିକାରୀ ଓ ସରକାରୀ କର୍ମଚାରୀ ମାନଙ୍କ ସହିତ ହିତାଧିକାରୀ ମାନଙ୍କ ସହିତ କ୍ୟାମ୍ପ ଓ ସମୀକ୍ଷା ବୈଠକ ଅନୁଷ୍ଠିତ କରାଯିବ l  ଯୋଜନାରେ ବଞ୍ଚିତ ଓ  ନୂତନ ହିତାଧିକାରୀ ମାନଙ୍କୁ ସାମିଲ କରାଯିବ l ସେହି କ୍ୟାମ୍ପ ଓ ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସନ କାର୍ଡ ଓ ଭତ୍ତା ସମସ୍ୟାର ସମାଧାନ କରାଯିବ l ଜନସାଧାରଣ କିମ୍ବା ହିତାଧିକାରୀ ମାନେ ଆଉ ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ିବେ ନାହିଁ l ପ୍ରଶାସନ ଓ ରାଜନେତା ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚିବ l ରାଜନେତା, ପ୍ରଶାସନ ଓ  ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁ ପ୍ରତିଷ୍ଠା ହେବ l ସୁମିତା ଆଚାର୍ଯ୍ୟ ଅତିଥି ପରିଚୟ, କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ସାର୍ଥକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l