ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡ଼ିଆ NEWS : ସୁରମା ପାଢୀ ବାଚସ୍ପତି ଭାବେ ନିର୍ବାଚିତ । ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ବିଧାୟିକା ସୁରମା ପାଢୀ । ଘୋଷଣା କଲେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ମୁଖ୍ୟମନ୍ତ୍ରୀ । ନିର୍ବାଚିତ ପରେ ଦାୟିତ୍ବ ଗ୍ରହଣ କଲେ ବାଚସ୍ପତି । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ।ଗତକାଲି ବାତସ୍ପତି ପାଇଁ ସୁରମା ପାଢୀଙ୍କ ନାଁ ଘୋଷଣା କଲା ବିଜେପି । ଘୋଷଣା ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ, ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ସେ ନାମାଙ୍କନ ଭରିଥିଲେ । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଥିଲେ, କେବଳ ସୁରମା ପାଢୀ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି ।
ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS
More Stories
ରାଜ୍ୟରେ ଖୋଜି ଖୋଜି ଭୂମିହୀନ ଙ୍କୁ ପଟା ଦେବେ ସରକାର |
ବିଦ୍ୟାଳୟ ମଧ୍ୟରେ ରାତିସାରା ଝରକା ସନ୍ଧିରେ ଫସିରହିଲା କୁନିଝିଅ |
କଳି ଯୁଗରେ ସତ୍ୟ ଘଟଣା |ମନ୍ଦିର ରେ ଦିଶିଲା ମା ଙ୍କ ପାଦଚି଼ହ୍ନ |