ସାକ୍ଷୀଗୋପାଳ ;ଖବର ସତ୍ୟବାଦୀ NEWS :ସତ୍ୟବାଦୀ ସଂଗୀତ ମହାବିଦ୍ୟାଳୟ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ଆୟୋଜିତ ତିନିଦିନିଆ ଓଡିଶୀ ନୃତ୍ୟ କର୍ମଶାଳା ବୁଧବାର ଉଦଯାପିତ ହୋଇଛି। ଗୁରୁ ଲିଙ୍ଗରାଜ ସ୍ବାଇଁ ଙ୍କ ତତ୍ୱାବଧାନ ରେ ଅନୁଷ୍ଠାନ ର ବରିଷ୍ଠ ଛାତ୍ରୀଛାତ୍ର ମାନଙ୍କୁ ନେଇ ଚାଲିଥିବା କର୍ମଶାଳାର ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ତଥା ଭାଷ୍ୟକାର ଡ. ଅଭିମନ୍ୟୁ ବରାଳ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ରଚନା ଉପରେ ପିଲାମାନଙ୍କୁ ବୁଝାଇଥିଲେ ଏବଂ ପୁରାତନ ସଙ୍ଗୀତ ଲବନ୍ୟବତୀ ର କିଛିପଦ ଗାଇ ପିଲାମାନଙ୍କୁ ଉଦବୁଦ୍ଧ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ପ୍ରାକ୍ତନ ଶିକ୍ଷାବିତ ପ୍ରଫେସର ବୃନ୍ଦାବନ ରଥ ଶିଳ୍ପୀ ମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସମୟରେ ନିଜର ଆତ୍ମବିଶ୍ବାସ ଓ ଏକାଗ୍ରତା ବଳରେ ପଞ୍ଚେନ୍ଦ୍ରିୟ କୁ ଉତ୍କୃଷ୍ଟ ନୃତ୍ୟ ପରିବେଷଣ ରେ ସାମିଲ କରନ୍ତି। ଏହା ସେମାନଙ୍କ ଶରୀର ଓ ମାନସିକତା କୁ ସୁସ୍ଥ ରଖିଥାଏ। ଖଵରଦାତା ତଥା ବରିଷ୍ଟ ସେବାୟତ କିଶୋର ଚନ୍ଦ୍ର ମହାପାତ୍ର ସାଖିଗୋପାଳ ଅଞ୍ଚଳରେ ପାରମ୍ପରିକ ନୃତ୍ୟ ସଙ୍ଗୀତ ଉଦଯିଵିତ ରଖିବା ଦିଗରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ସଭାପତି ଦୁର୍ଗା ପ୍ରସାଦ ମହାପାତ୍ର ଓ ଉପସଭାପତି ବ୍ରଜ କିଶୋର ମହାପାତ୍ର ଯୋଗ ଦେଇଥିଲେ। ଏହି କର୍ମଶାଳା ରେ ପିଲାମାନେ ସକାଳ ୭ଘଟିକା ଠାରୁ ଆସି ଯୋଗ ଶିକ୍ଷା ଓ ବ୍ୟାୟାମ ସହିତ ନୃତ୍ୟ ରେ ବ୍ୟବହୃତ ହେଉଥିବା ବିଭିନ୍ନ ମୁଦ୍ରା, ତାଳ, ଭଙ୍ଗୀ, ତଥା ସାମଗ୍ରିକ ଭାବରେ କିପରି ସରସ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରିଵେ ଏବଂ ସାହିତ୍ୟିକ ବ୍ୟାଖ୍ୟା କୁ ବୁଝି ନୃତ୍ୟାଭିନୟ କରିପାରିବେ ଏହାହିଁ ଏହି କର୍ମଶାଳା ର ଉଦେଶ୍ୟ ରହିଥିଲା। ଆମ ଓଡିଶା ର ସାହିତ୍ୟ,ସଂସ୍କୃତି ଓ ପରମ୍ପରା ବଜାଇ ରଖିବା ଏବଂ ନୂତନ ପିଢ଼ି ମାନଙ୍କ ମଧ୍ୟରେ ଚେତନା ଜାଗ୍ରତ କରିବା ଏହି କର୍ମଶାଳା ର ମୂଳ ଲକ୍ଷ୍ୟ ବୋଲି ମହାବିଦ୍ୟାଳୟ ସମ୍ପାଦକ ବଦ୍ରିନାରାୟଣ ଖୁଣ୍ଟିଆ ସୂଚନା ଦେଇଥିଲେ। ଧନ୍ୟବାଦ ଦେଇଥିଲେ। ନୃତ୍ୟ ଗୁରୁ ଚିରସ୍ରୋତା ଖୁଣ୍ଟିଆ।ଏହି ଅବସରରେ ଛାତ୍ରୀଛାତ୍ର ମାନେ ଶିକ୍ଷା ଗ୍ରହଣ କରିଥିବା ଓଡ଼ିଶୀ, ଗୋଟିପୁଅ, ମାହାରୀ ଓ କ୍ଷୁଦ୍ର ନୃତ୍ୟ ନାଟିକା ପରିବେଷଣ ବେଶ ଆକର୍ଷଣୀୟ ହୋଇଥିଲା।
ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS ରେ
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ସିଦ୍ଧାନ୍ତ ଘରେ ସତ୍ୟବାଦୀ ବିଧାୟକ |
ଗରମଶିରା ରେ ପଡି ପୂଜକ ଗୁରୁତର |