ଖବର ସତ୍ୟବାଦୀ.. NEWS (ପୁରୀ )ଆଜି ଶ୍ରୀ ମନ୍ଦିର ନୂତନ ପ୍ରଶାସକ ଭାବରେ ଦାୟିତ୍ୱ ନେଲେ ଅରବିନ୍ଦ ପାଢ଼ୀ |ଆଡପ ମଣ୍ଡପ କୁ ପହଣ୍ଡି ବେଳେ ଘଟିଥିବା ଅଘଟଣ କୁ ନେଇ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀଯୁକ୍ତ ପାଢ଼ୀ, ସେ କହିଛନ୍ତି ଯେ ଆଗାମୀ ଦିନରେ ଶ୍ରୀଜୀଉ ଙ୍କ ବାହୁଡା଼ଯାତ୍ରା, ସୁନା ବେଶ, ନୀଳାଦ୍ରିବିଜେ ଆଦିକୁ ନେଇ ସମସ୍ତ ନୀତିକାନ୍ତି ଶୃଙ୍ଖଳା ର ସହିତ କରାଯିବ, କୌଣସି ଅଣ ସେବାୟତ ଙ୍କୁ ରଥ ଉପରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ, ରଥ ଉପରକୁ ମୋବାଇଲ ବାରଣ କରାଯାଇଛି, ଏବଂ ଯେଉଁମାନେ ବିଶୃଙ୍ଖଳିତ ଆଚରଣ କରିବେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି, ଏହାକୁ ନେଇ ସେ ଆଜି ସନ୍ଧ୍ୟାରେ ନିଯୋଗ ମାନଙ୍କ ସହିତ ବୈଠକରେ ଏ ସମ୍ବଦ୍ଧିୟ ଆଲୋଚନା କରାଯିବ |ନୀତି ଶୃଙ୍ଖଳା କୁ ସର୍ବାଧିକ ଗୁରୁତ୍ୱ ଦିଆଯିବ |ସମସ୍ତ ନୀତିକାନ୍ତି ସୁରୁଖୁରୁ ରେ ହେବା ନେଇ ଠାକୁର ଙ୍କୁ ପ୍ରାର୍ଥନା କରିଛନ୍ତି ସେ |
ଅଧିକ ଖବର ଦେଖନ୍ତୁ ଖବର ସତ୍ୟବାଦୀ… NEWS

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |