ଖବର ସତ୍ୟବାଦୀ NEWS (ପୁରୀ)ନିପ୍ର : ଆସନ୍ତାକାଲି ଖୋଲିବ ରତ୍ନଭଣ୍ଡାର । ଶ୍ରୀମନ୍ଦିର ପ୍ରଶାସନକୁ ଦିଆଗଲା ଏସଓପି । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏସଓପି ଦିଆଗଲା ।
ଅର୍ଦ୍ଧଶତାବ୍ଦୀର ପ୍ରତୀକ୍ଷାର ହେବ ଅନ୍ତ । ଓଡ଼ିଆ ଅସ୍ମିତାର ଲଢ଼େଇରେ ଲାଗିବ ଚୂଡ଼ାନ୍ତ ବିଜୟ ଟିକା । ଆସିବ SOP, 14 ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନ ଚୋରି ହୋଇଥିବା ଆଶଙ୍କା ଭିତରେ ଆରମ୍ଭ ହେବ ରତ୍ନ ଗଣତି । 24 ବର୍ଷ ଧରି ଜାଣିଶୁଣି ରତ୍ନଗଣତିକୁ ଗଡ଼ାଇ ଚାଲିଥିଲେ ବିଜେଡି ସରକାର |
ତଦାରଖ କମିଟି ସଦସ୍ୟଙ୍କ ସହ ସରକାରଙ୍କ ଦ୍ବାରା ଚୟନ ହୋଇଥିବା ବଣିଆ ରତ୍ନଭଣ୍ଡାରକୁ ଯିବେ । ବଣିଆ ରତ୍ନ ଅଳଙ୍କାର ଚିହ୍ନଟ କରିବେ ଓ ଗଣତି ମଣତି କରିବେ ତଦାରଖ କମିଟି ସଦସ୍ୟ । ନିୟମ ଅନୁସାରେ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ବାହାରକୁ ଯିବ ନାହିଁ । ତେଣୁ ଭିତର କାଠ ପାଖରେ ଏକ କୋଠରୀ ଅସ୍ଥାୟୀ ଭାବେ ଚୟନ କରାଯାଇଛି ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ… NEWS |
More Stories
ସାକ୍ଷୀଗୋପାଳ ଙ୍କ ବାମନ ଅବତାର ଧାରଣ|
ରାଧାଷ୍ଟମୀରେ ରାଧାରାଣୀଙ୍କୁ ବ୍ରହ୍ମକମଳ ପୁଷ୍ପ ଅର୍ପଣ କଲେ ସମାଜସେବୀ ନିହାର |
ଶ୍ରୀରାଧା ଜନ୍ମୋତ୍ସବ ର ଶେଷ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |