ସାକ୍ଷୀଗୋପାଳ ବଜାର ର ମୁଖ୍ୟ ରାସ୍ତା ଏବେ ପାଲଟିଛି ମରଣଯନ୍ତା |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ NEWS :(ନିପ୍ର )ଶ୍ରୀକ୍ଷେତ୍ର ପୁରୀ ଯିବା ବାଟରେ ପଡେ ସାକ୍ଷୀଗୋପାଳ |ପର୍ଯ୍ୟଟନ ସ୍ଥକ ଭାବେ ମାନ୍ୟତା ପାଇଥିବା ଏହି ସ୍ଥାନର ସ୍ଥାନୀୟ ବସଷ୍ଟାଣ୍ଡ ଠାରୁ ଗୋପାଳଜୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ମୁଖ୍ୟ ରାସ୍ତା ର ଅବସ୍ଥା କହିଲେ ନସରେ, ଅସରାଏ ବର୍ଷା ରେ ଆଣ୍ଠୁଏ ଆଣ୍ଠୁଏ ପାଣି ରାସ୍ତା ସାରା ଭରି ରହିଛି ବଡ ବଡ ଖାଲ ପିଚୁ ଉଠି ରାସ୍ତା ଏବେ ପାଲଟିଛି ମରଣଯନ୍ତା |ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ଗୋପାଳଜୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନିର୍ଭର କରନ୍ତି 24 ପଞ୍ଚାୟତ ର ଲୋକେ, ଦୈନିକ ଏହି ରାସ୍ତା ମଧ୍ୟ ଦେଇ ହଜାର ହଜାର ଲୋକ ଯିବା ଆସିବା କରିଥାଆନ୍ତି, ବଜାର ମଧ୍ୟରେ ବ୍ୟାଙ୍କ ଠାରୁ ଆରମ୍ଭ କରି ପରିବା, ମାଛ, ମାଂସ ହାଟ, ସ୍କୁଲ ଆଦି ରହିଛି, ଅନ୍ୟପଟେ ପର୍ଯ୍ୟଟନ ସ୍ଥଳ ହୋଇଥିବାରୁ, ବାହାର ର ଯାତ୍ରୀ ମଧ୍ୟ ବଜାର ମଧ୍ୟ ଦେଇ ସାକ୍ଷୀଗୋପାଳ ଙ୍କୁ ଦର୍ଶନ କରିବା ପାଇଁ ଆସିଥାଆନ୍ତି, ହେଲେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ରାସ୍ତା କୁ ବାରମ୍ବାର ନିର୍ମାଣ କରାଯାଉଛି ଆଉ ମରାମତି ମଧ୍ୟ କରାଯାଉଛି, ହେଲେ 6 ମାସ ମଧ୍ୟରେ ପିଚୁ ଉଠି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇ ପଡୁଛି,ଯାହାକୁ ନେଇ ଏବେ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି | ସାକ୍ଷୀଗୋପାଳ ବଜାର ର ମୁଖ୍ୟ ରାସ୍ତା କୁ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି, ହେଲେ ଦୃଷ୍ଟିପାତ କରୁ ନାହାନ୍ତି ବିଭାଗୀୟ ଯନ୍ତ୍ରୀ, ଟିକେ ବର୍ଷା ରେ ଆଣ୍ଠୁଏ ଆଣ୍ଠୁଏ ପାଣି, ରାସ୍ତା ମଧ୍ୟରେ ବଡ ବଡ଼ ଖାଲ ରହିଥିବାରୁ ଦୁର୍ଘଟଣା ମଧ୍ୟ ଘଟୁଛି, ଅନ୍ୟପଟେ ଡ୍ରେନେଜ ର ସୁବିଧା ନଥିବାରୁ ରାସ୍ତା ର ଉଭୟ ପାର୍ଶ୍ଵ ରେ ପାଣି ଜମି ନର୍ଦମା ସୃଷ୍ଟି ହେଉଛି, ଯଦ୍ୱାରା ବାହାରୁ ଆସୁଥିବା ପର୍ଯ୍ୟଟକ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି, କିନ୍ତୁ ମରାମତି ନାମରେ ଠକୁଛନ୍ତି, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର, ରାସ୍ତା କାର୍ଯ୍ୟ ପାଇଁ ଆସୁଥିବା ଟଙ୍କା କୁ ଆତ୍ମସାତ କରାଯାଇ ଲୋକ ଦେଖାଣିଆ କାର୍ଯ୍ୟ କରାଯାଉଛି, ଆଉ ଏପଟେ ନାହିଁ ନଥିବା ହଇରାଣ ହେଉଛନ୍ତି ସାଧାରଣ ଲୋକେ,
ମନ୍ତ୍ରୀ ଯନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଙ୍କ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ଯିବା ଆସିବା ରାସ୍ତା ପଡୁନି କାହା ନଜର|ତେବେ ସତ୍ୟବାଦୀ ବିଧାୟକ କିଛିଦିନ ତଳେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିବା ବେଳେ ଚୁପ ବସିଛନ୍ତି ବିଭାଗୀୟ ଅଧିକାରୀ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ NEWS :