ସାକ୍ଷୀଗୋପାଳ :ଖବର ସତ୍ୟବାଦୀ NEWS (ନିପ୍ର )ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ସତ୍ୟବାଦୀ ରେ ପ୍ରଥମ ଥର ପାଇଁ ଗୋ ଗ୍ରାମ ଓଡିଶା ଓଡିଶା ତରଫରୁ ପାର୍ଶ୍ଵ ପ୍ରତିକ୍ରିୟା ବିହିନ ପଞ୍ଚଗବ୍ୟ ଚିକିତ୍ସା ଦ୍ୱାରା ସମସ୍ତ ରୋଗର ଚିକିତ୍ସା ପାଇଁ ଏକଗୋବିଜ୍ଞାନ ପ୍ରଶିକ୍ଷିଣ ଜାଗରଣ ଅଭିଯାନ ଓ ପଞ୍ଚଗବ୍ୟ ଚିକିତ୍ସା ଶିବିର ସ୍ଥାନୀୟ ଅଳଗୁମ୍ ନିକଟ କାଠି ପଡିଆ ପାଖରେ ଥିବା ଜୟ ଗୋମାତା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି, ଏହି ଶିବିରରେ ଅନେକ ଲୋକ ଙ୍କ ଆଣ୍ଠୁ ଗଣ୍ଠି ବାତ ରୋଗର ଚିକିତ୍ସା କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ଗୋଗ୍ରାମ ଓଡିଶା ତରଫରୁ ସଂଗଠନ ର ଅଧକ୍ଷ ଶ୍ରୀ ପ୍ରଦୀପ୍ତ ତ୍ରିପାଠୀ, ଗବ୍ୟସିଦ୍ଧ ଡାକ୍ତର ସୁଶାନ୍ତ ନାୟକ, ଗୋ ସେବିକା ସଂଗୀତା ମହାନ୍ତି, ଗୋ ସେବକ ସରୋଜ ଭୋଇ ଗୋସେବକ ସୁଶାନ୍ତ କୁମାର ନାୟକ, ଏବଂ ସମାଜସେବୀ ତିରୁପତି ଜେନା ଯୋଗ ଦେଇଥିଲେ, ଏହି ଶିବିରରେ ଆଣ୍ଠୁଗଣ୍ଠି ବାତ ରୋଗ ସହିତ ଆହୁରି ଅନେକ ରୋଗ ର ଚିକିତ୍ସା କରାଯାଇଥିଲା |ଏହି ଶିବିର ଦିନ ୨ ଟା ଠାରୁ ସନ୍ଧ୍ୟା ଛ ଟା ପର୍ଯ୍ୟନ୍ତ ଚାଲିଥିଲା |ଏବେ ଚିକିତ୍ସା ପାଇଁ ଅଲଗୁମ ଅଞ୍ଚଳ ର ଗୋ ସେବକ ତଥା ସମାଜସେବୀ ତିରୁପତି ଜେନା ଅନେକ ଜାଗାରେ ଚିକିତ୍ସା ଶିବିର ଆରମ୍ଭ କରିବାକୁ ଯାଉଛନ୍ତି |ପ୍ରଥମେ ଅଲଗୁମ୍ ଅଞ୍ଚଳ ରେ ହୋଇଥବା ଏହି ପଞ୍ଚଗବ୍ୟ ଚିକିତ୍ସା ଶିବିରରେ ଅନେକ ରୋଗୀ ଚିକିତ୍ସା ହୋଇଛନ୍ତି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡ଼ିଆ NEWS ସାରା ଓଡିଶା ରେ ଜଣାଶୁଣା |
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ସିଦ୍ଧାନ୍ତ ଘରେ ସତ୍ୟବାଦୀ ବିଧାୟକ |
ଗରମଶିରା ରେ ପଡି ପୂଜକ ଗୁରୁତର |