ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :(ନିପ୍ର) ସତ୍ୟବାଦୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାହାର ପଟ ପାଚେରୀ ଏବେ ଅଳିଆ ଗଦା ର ଗନ୍ଥାଘର, ଏବେ ବର୍ଷାଦିନ ମଶା ଙ୍କୁ ନେଇ ସତର୍କ କରୁଛନ୍ତି ରାଜ୍ୟ ସରକାର, କାରଣ ଅଳିଆ ଆବର୍ଜନା ଯୋଗୁଁ ନିମୋନିଆ, ଟାଇଫୋଏଡ଼, ଡ଼ାଇରୀଆ ଆଦି ରୋଗ ବ୍ୟାପୁଛି, ଅନ୍ୟପଟେ ସ୍ୱଚ୍ଛ ଭାରତ ମିଶନ କୁ ନେଇ ତତ୍ପରତା ଦେଖାଉଛନ୍ତି ରାଜ୍ୟ ସରକାର, କିନ୍ତୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ମୁଖ୍ୟ ରାସ୍ତା ଉପରେ ଥିବା ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବାହାର ପାର୍ଶ୍ଵ ର ଦୃଶ୍ୟ ଦେଖିଲେ ଲାଗୁଚି ଯେମିତି ଅଳିଆଗଦା,ପ୍ରତ୍ୟେକ ଦିନ ଏଠାକୁ ବାହାରୁ ଅନେକ ପର୍ଯ୍ୟଟକ ସାକ୍ଷୀଗୋପାଳ ମନ୍ଦିର ଦର୍ଶନ କରିବାକୁ ଆସୁଛନ୍ତି, କିନ୍ତୁ ବଜାର ଉପରେ ଏଭଳି ଆବର୍ଜନା ଦେଖି ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅନ୍ୟପଟେ ସବୁ ଜାଣି ଚୁପ ବସିଛନ୍ତି ସାକ୍ଷୀଗୋପାଳ ଡାକ୍ତରଖାନା ର ମୁଖ୍ୟ ଚିକିତ୍ସା ଅଧିକାରୀ, ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ, ବାହାରୁ ଆସୁଥିବା ପରିବା ବେପାରୀ ଡାକ୍ତରଖାନା ପାଚେରୀ ପାର୍ଶ୍ଵ ରେ ପରିବା ବିକି ପୋଚା ପରିବା କୁ ସେହିଠାରେ ପକାଇ ଚାଲି ଯାଉଛନ୍ତି ସେଗୁଡିକ ବର୍ଷା ରେ ପଚି ଦୁର୍ଗନ୍ଧ ବାହାରୁଚି, ସନ୍ଧ୍ୟା ସମୟରେ ଏହି ଅସାଧୁ ବ୍ୟବସାୟୀ ଙ୍କ ଯୋଗୁଁ ବଜାର ରାସ୍ତା ରେ ଗାଡି ମଟର ଯିବା କଷ୍ଟ, ସନ୍ଧ୍ୟା ରେ ଟ୍ୟୁସନ ରୁ ଫେରୁଥିବା ଛୋଟ ପିଲା ମଧ୍ୟ ଦୁର୍ଘଟଣା ର ଶିକାର ହେଉଛନ୍ତି, ନାଁ ପୋଲିସ ପ୍ରଶାସନ ନାଁ ହସ୍ପିଟାଲ ଅଧିକାରୀ ସମସ୍ତେ ଚୁପ, ତେବେ କେବେ ସୁଧୁରିବ ଏଭଳି ଅବସ୍ଥା, କେନ୍ଦ୍ର ସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ର ଧଜିଆ ଉଡାଉଛନ୍ତି ପ୍ରଶାସନିକ ଅଧିକାରୀ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ NEWS… ସାରା ଓଡିଶା ର ଖବର |

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |