ଭୁବନେଶ୍ୱର ପହଁଚିଲା ଆଳୁ ଟ୍ରକ |

Love with Khabar Satyabadi

ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡିଶା NEWS : ଭୁବନେଶ୍ବରରେ ପହଁଚିଲା ଆଳୁ ଟ୍ରକ । ଆଇଗିଣିଆ ସହ ୧ ନମ୍ବର ହାଟରେ ପହଁଚିଲା ଆଳୁ ବୋଝେଇ ଟ୍ରକ । ପଶ୍ଚିମବଙ୍ଗରୁ ଆସି ଲାଗିଲା ଆଳୁ ଗାଡି । ପଶ୍ଚିମବଙ୍ଗ ଗାଡ଼ି ଅଟକାଇବା ପରେ ଓଡ଼ିଶାରେ ଆଳୁ ଟେନସନ ଦେଖାଦେଇଥିଲା । ସେପଟେ ଏଭଳି ସ୍ଥିତିରେ ରାଜ୍ୟରେ ଅସାଧୁ ବ୍ୟବସାୟୀ, ମହଜୁଦକାରୀ ଓ କଳାବଜାରୀ ସକ୍ରିୟ ହୋଇଛି ।
ଅନ୍ୟପଟେ ବଜାରରେ ଆଳୁର ଦର ବୃଦ୍ଧି ଓ ଅଭାବକୁ ନେଇ ତେଜିଛି ରାଜନୀତି ।

ଓଡିଶାରେ ଯଥେଷ୍ଟ ଆଳୁ ଉତ୍ପାଦନ ହେଉଥିଲେ ବି ଶୀତଳ ଭଣ୍ଡାର ଅଭାବ ଓଡ଼ିଆ ଚାଷୀଙ୍କୁ ବାଧ୍ୟ କରୁଛି କମ ଟଙ୍କାରେ ବିକି ଅଧିକ ଟଙ୍କାରେ କିଣିବାକୁ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS :