ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS ଗତ କାଲି ୭୮ ତମ ସ୍ୱାଧୀନତା ଦିବସ ରେ ଅବସରପ୍ରାପ୍ତ ସୈନିକ ଏବଂ ସୈନିକ ଦିପକ କୁମାର ପ୍ରଧାନ ତତ୍ତ୍ୱାବଧାନରେ ତ୍ରୀରଙ୍ଗା ଯାତ୍ରା କରାଯାଇଥିଲା। ଗଡବଳରାମପୁର ପଞ୍ଚାୟତର ଶ୍ରୀରାମ ବଜାର ମହବୀର ପ୍ରାଙ୍ଗଣରୁ ବାଇକରେ ଏକ ରାଲି ବାହାରି ଭାରତ ମାତାକି ଜୟ ସ୍ଲୋଗାନ ଦେଇ ନୂଆସନ୍ଥ, ବଳଙ୍ଗା କଲେଜ,ବଳଙ୍ଗା, ସାତସଙ୍ଖ ବଜାର ଦେଇ ସତ୍ୟବାଦୀର ପଞ୍ଚସଖା ଏବଂ ସୁଆଣ୍ଡୋରେ ଥିବା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।।ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଓମପ୍ରକାଶ ମିଶ୍ର,ଜିଲ୍ଲା ପରିଷଦ ନେତା ଶ୍ରୀଯୁକ୍ତ ରତିକାନ୍ତ ମିଶ୍ର, ମହୁରା ପଞ୍ଚାୟତର ସରପଞ୍ଚ ସରିତାପ୍ରିୟଦର୍ଶିନୀ ପରିଜା, କେତକୀପାଟଣା ପଞ୍ଚାୟତର ସମିତି ସଭ୍ୟ ସମ୍ପଦ ପରିଡା, ପୂର୍ବତନ ଜିଲ୍ଲା ପରିଷଦ ଧୃବଚରଣ ଦାଶ ଏବଂ ଅନେକ ସରପଞ୍ଚ ଓ ସମିତି ସଭ୍ୟମାନେ ସୁଆଣ୍ଡୋରେ ସ୍ବାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଗ୍ରାମାଞ୍ଚଳର ବହୁତ ଯୁବକ ବାଇକ ଧରି ସହଯୋଗ କରିଥିଲେ, ଜୟହିନ୍ଦ ଏବଂ ଭାରତମାତାକି ଜୟର ସ୍ଲୋଗାନ ଯୁବପିଢ଼ି ମାନଙ୍କୁ ବହୁତ ଆକୃଷ୍ଟ କରିଥିଲା।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |