ସତ୍ୟବାଦୀ ରେ ଶ୍ରୀଜଗନ୍ନାଥ ଧାମ ରୋଟାରି କ୍ଲବ ତରଫରୁ ନିଆରା କାର୍ଯ୍ୟକ୍ରମ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :ସତ୍ୟବାଦୀ ରେ ବଉଳ ବୃକ୍ଷ ରୋପଣ କୁ ନେଇ ଶ୍ରୀ ଜଗନ୍ନାଥ ଧାମ ରୋଟାରି କ୍ଲବ ର ନିଆରା ପ୍ରୟାସ |ପ୍ରତିବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ରେ ଶ୍ରୀଜୀଉ ଙ୍କ ଶ୍ରୀ ଅଙ୍ଗ ସେବା ପାଇଁ ସତ୍ୟବାଦୀ ଅଜାଘର ପ୍ରଭୁ ସିଦ୍ଧବଳରାମ ଙ୍କ ମନ୍ଦିର ନିକଟ ବକୁଳ ବନ ରୁ ନିଆ ଯାଇଥାଏ, କିନ୍ତୁ ଏବେ ବକୁଳ ବନ ଓ ଆଖ ପାଖ ଅଞ୍ଚଳ ରୁ ବଉଳ ଗଛର ଅଭାବ ପରିଲକ୍ଷିତ ହେଉଛି | ଏହି ସମସ୍ୟାର ସମାଧାନ ନିମନ୍ତେ ଶନିବାର ସ୍ଥାନୀୟ ସତ୍ୟବାଦୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ପୁରୀ ର ଶ୍ରୀ ଜଗନ୍ନାଥ ଧାମ ରୋଟାରୀ କ୍ଲବ ପକ୍ଷରୁ ଏକ ମେଗା ବଉଳ ବୃକ୍ଷରୋପଣ ଉପରେ ଏକ ସତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଦେଵ ପ୍ରସାଦ ଦାସଙ୍କ ଅଧକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କୁ ୪୦୦ ବଉଳ ଚାରା ବଣ୍ଟାଯାଇଥିଲା । ପ୍ରଥମେ ମାତୃପୂଜନ କରାଯାଇଥିଲା । ବିଦ୍ଯାର୍ଥୀମାନେ ମାତୃପୂଜନ ନିମନ୍ତେ ଆବଶ୍ଯକ ଦ୍ରବ୍ଯ ଯଥା ଚନ୍ଦନ ସିନ୍ଦୁର ଫୁଲ  ଦୁବ ଅକ୍ଷତ ଆଣିଥିଲେ । ମାତୃ ପୂଜନ  ପରେ ବିଦ୍ୟାର୍ଥୀଙ୍କ ମା ,ଜେଜେମା ,ଖୁଡୀ ,ଭଉଣୀ ଙ୍କ ମଧ୍ଯରେ ଅନୁଷ୍ଠାନ ପକ୍ଷରୁ  ବଉଳ ଚାରା ବଣ୍ଟନ  କରାଯାଇଥିଲା। ଉକ୍ତ ଶିକ୍ଷାଅନୁଷ୍ଠାନରେ ଅଧ୍ୟାୟନ ରତ ଛାତ୍ର ଛାତ୍ରୀଙ୍କ ନାମରେ ନିଜ ନିଜ ସୁବିଧା ଜାଗାରେ ବଉଳ ବୃକ୍ଷର ଚାରା ରୋପଣ କରିବା ସହ ତାର ଯତ୍ନ ନେଇ ବଡ଼ କରିବା ପାଇଁ  ତାଙ୍କ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଥିଲା| ଗତ ୨୦୧୯ ମେ ୩ ସାମୁଦ୍ରିକ ବାତ୍ୟା ଫଣିଠାରୁ ବକୁଳ ବନରେ ପାକଳ ବଉଳ କାଠ ସଙ୍କଟ ଦେଖାଦେଇଛି । ବାତ୍ୟାରେ ଶହଶହ ବଉଳ ଗଛ ଭାଙ୍ଗି ଯାଇଥିଲା । ଏହି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମ ଚନ୍ଦ୍ର ଦାସ ମହାପାତ୍ର ,ପୁର୍ଣଚନ୍ଦ୍ର ଗୋଛିକାର ,ହରେ କୃଷ୍ଣ ପ୍ରତିହାରୀ ,ସୂର୍ଯ୍ୟ ନାରାୟଣ ମହାପାତ୍ର ,ରୋଟାରୀ କ୍ଲବ ପକ୍ଷରୁ କୈଳାସ ଚନ୍ଦ୍ର ବେହେରା , ସୁଶାନ୍ତ ମିଶ୍ର , ଦେବଦତ୍ତ ଷଡଙ୍ଗୀ ,ପ୍ରଭାକର ତ୍ରିପାଠୀ , ସାକ୍ଷୀଗୋପାଳ ମନ୍ଦିର ସେବାୟତ ବିଶ୍ଵନାଥ ମହାପାତ୍ର ଓ ନରହରି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସତ୍ୟବାଦୀ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଅଧ୍ୟକ୍ଷ ଓ ସହକର୍ମୀ ମନେ ଏଥିରେ ସହଯୋଗ କରିଥିଲେ ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁରର ପରିବେଶବିତି ଚିତ୍ତରଞ୍ଜନ ଦାସ ୯୩ ଜଣ ଙ୍କୁ ବୃକ୍ଷ ହିଁ ମଣିଷ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ସତ୍ୟବାଦୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ,ସମସ୍ତ କର୍ମଚାରୀ ଙ୍କ ଏହି ମହତ କାର୍ଯ୍ୟପାଇଁ ସହଯୋଗ ରହିଥିଲା |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS |