ସାକ୍ଷୀଗୋପାଳ ଖବର ସତ୍ୟବାଦୀ ଓଡିଶା NEWS ଆଜି ତା ୨୧ । ୮ । ରିଖ ବୁଧବାର ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ସ୍ଥାନୀୟ ସତ୍ୟବାଦୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନରେ ଆସି ବିଦ୍ୟାଳୟ ରେ ରହିଥିବା ଅନେକ ସମସ୍ୟା ବିଷୟରେ ବୁଝି ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ ପରିଦର୍ଶନ ସମୟରେ ବ୍ଲକ ଶିକ୍ଷା ଅଧିକାରୀ ଭବମ ପ୍ରଧାନ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ନମିତା ଦାସଙ୍କ ସହ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଉପସ୍ଥିତ ରହି ବିଧାୟକଙ୍କୁ ବିଦ୍ୟାଳୟର ଖେଳ ପଡ଼ିଆ, ଶୌଚାଳୟ ,ଏକ ସଭାଗୃହ ,ବର୍ଷା ଜଳକୁ ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ୟବସ୍ଥା ଆଦି ସମସ୍ୟା ସମାଧାନ ନିମନ୍ତେ ଅନୁରୋଧ କରିଥିଲେ । ବିଧାୟକ ବିଦ୍ୟାଳୟରେ ୩୫ ଲକ୍ଷ ଟଙ୍କା ବେୟରେ ( ଫାଇପି ଟି ) ଦ୍ୱାରା ହୋଇଥିବା କାର୍ଯ୍ୟ ବୁଲି ଦେଖିଥିଲେ ଏହା ସହ ବିଭିନ୍ନ ଶ୍ରେଣୀ କକ୍ଷ ବୁଲି ଛାତ୍ରୀ ମାନଙ୍କ ସହ ପାଠ୍ୟଦନ ସମ୍ପର୍କରେ ଥିବା ସମସ୍ୟା ପଚାରି ବୁଝିଥିଲେ । ଛାତ୍ରୀ ମାନଙ୍କୁ ସ୍କୁଲରେ ପାଠ ପଢା ଠିକି ହେଉଛି ନା ନାହିଁ ବୁଝିବା ସହିତ କୋଚିଂଗି କ୍ଲାସ ସମ୍ପୂର୍ଣ୍ଣ ପରିତ୍ୟାଗ ନିମନ୍ତେ ପରାମର୍ଶ ଦେଇଥିଲେ । ଉପଯୁକ୍ତ ଶିକ୍ଷା ଦାନ ପାଇଁ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ପରାମର୍ଶ ଦେବା ସହ କୋଚିଂଗି କ୍ଲାସ ଅଦ୍ଧୟନ ସରକାରଙ୍କ ବିଫଳତାକୁ ପଦାରେ ପକାଇ ଥାଏ ବୋଲି ବିଧାୟକ କହିଥିଲେ। ବ୍ଲକର ଏକ ମାତ୍ର ବାଳିକା ଉଛ ବିଦ୍ୟାଳୟ ହୋଇଥିବାରୁ ଏହାକୁ ସତନ୍ତ୍ର ଧ୍ୟାନ ଦିଆଯାଇ ଏହାର ଉର୍ଣ୍ଣତି କରାଯିବ । ସତ୍ୟବାଦୀ ବ୍ଲକ ଅତିରିକ୍ତ ବିଡ଼ିଓ ସଲିଳ କୁମାର ଦାସ , ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବରାଳ ,ସଭ୍ୟ ରତିକାନ୍ତ ମିଶ୍ର ,ପୂର୍ବତନ ସଭ୍ୟ ଧ୍ରୁବ ଚରଣ ଦାସ , ଉମେଶ ପ୍ରଧାନ, ଶଙ୍କର ପ୍ରଧାନ ,ଉମେଶ ନନ୍ଦ ,ପ୍ରକାଶ ମହାପାତ୍ର ପ୍ରମୁଖ ବିଧାୟକଙ୍କ ସହିତ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |