ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS : (ନିପ୍ର) ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ଆନୁକୂଲ୍ୟରେ ଶାଖାର ସଭାପତି ପୂର୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏବଂ ଶାଖାର ସମ୍ପାଦକ ନବଘନ ସତପଥୀଙ୍କ ସଂଯୋଜନାରେ ରାୟଚକ୍ରଧରପୁର ସରକାରୀ ଊଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଉପସ୍ଥିତିରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମନସ୍ବିନୀ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ନିଶାର ଶରୀର ଉପରେ କୁପ୍ରଭାବ ସମ୍ପର୍କରେ ବୁଝାଇଥିଲେ l ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ପ୍ରଫେସର ଡ଼ଃ ସୁବାଷ ଚନ୍ଦ୍ର ମିଶ୍ର, ଡ଼ଃ ବସନ୍ତ କୁମାର ମିଶ୍ର, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ଦାଶ ଓ ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ସତ୍ୟବାଦୀ ଦାଶ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜେର ସୁଧାକର ମହାପାତ୍ର ଓ ସୁନାକର ପତି ଯୋଗ ଦେଇ ସମାଜରେ ନିଶାର ଭୟାବହତା ଉପରେ ଆଲୋକପାତ କରିଥିଲେ l ଅଧିକାଂଶ ଯୁବପିଢ଼ି ଏବେ ନିଶା ଦ୍ୱାରା କବଳିତ ହୋଇ ସମାଜକୁ ପଙ୍ଗୁ କରିସାରିଲେଣି l ଅତିଥିମାନେ ଜଳବାୟୁର ପରିବର୍ତ୍ତନ ଓ ପୃଥିବୀର ତାପମାତ୍ରା ବୃଦ୍ଧି ଯୋଗୁଁ ବିଭିନ୍ନ ପ୍ରକାର ରୋଗ ବୃଦ୍ଧି ଏବଂ ପ୍ରାଣୀ ଜଗତ ପାଇଁ ବୃକ୍ଷ ର ଅବଦାନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଶାଖାର ଅର୍ଥ ସଚିବ ବିଜୟ କୁମାର ପରିଡ଼ା ପିଲାମାନଙ୍କ ମଧ୍ୟରେ ଏକ ଜଣା ଅଜଣା ପ୍ରତିଯୋଗିତା କରାଇ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତ୍ତରଣ କରାଇଥିଲେ l ପିଲାମାନେ ଭବିଷ୍ୟତରେ ନିଶା କବଳରେ ନ ପଡିବାପାଇଁ ଏବଂ ଏକ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ l“ମା ପାଇଁ ଗଛଟିଏ” ସ୍ଲୋଗାନଦେଇ ସମସ୍ତେ ଅତିକମରେ ଗୋଟିଏ ଗଛ ଲଗାଇ ତାକୁ ଯତ୍ନର ସହ ବଢ଼ାଇବାକୁ ଶପଥ ନେଇଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ରାୟଚକ୍ରଧରପୁର ଗ୍ରାମ ପର୍ଯ୍ୟନ୍ତ ନଦୀ ବନ୍ଧର ଉଭୟ ପାର୍ଶ୍ୱରେ ନିମ୍ବ ଗଛ ଲଗାଯାଇଥିଲା lକାର୍ଯ୍ୟକ୍ରମର ଶେଷରେ ସଂଗଠନ ସମ୍ପାଦକ ସୁନୀଲ ବେହେରା ଧନ୍ୟଵାଦ ଅର୍ପଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିବା ଶ୍ରୀମତୀ ସୁହାସିନୀ ମିଶ୍ର, କୁମୁଦିନୀ ମିଶ୍ର, ବାସନ୍ତୀ ମିଶ୍ର, ଅନ୍ନଦା ସୁଆର, ଦିଗନ୍ତ କୁମାର ପତି, ସଂଗ୍ରାମ ମହାପାତ୍ର, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀମନଙ୍କୁ ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ର ମିଡ଼ିଆ ପ୍ରଭାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ୱାଇଁ ଭୂୟସୀ ପ୍ରଶଂସା କରିଛନ୍ତି ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଲୋକେ ସଚେତନ ହୋଇ ପାରିବେ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ସିଦ୍ଧାନ୍ତ ଘରେ ସତ୍ୟବାଦୀ ବିଧାୟକ |
ଗରମଶିରା ରେ ପଡି ପୂଜକ ଗୁରୁତର |