ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡ଼ିଆ NEWS (ନିପ୍ର )ହାର ମାନିଛି ଦୁର୍ଭାଗ୍ୟ, ପରିବାର ରେ ଅଭାବ ଅନଟନ ଲାଗି ରହିଥିଲେ ମଧ୍ୟ ନିଜର ଉଦ୍ୟମ ନିଷ୍ଠା, ଏକାଗ୍ରତା ଯୋଗୁଁ ଆଜି ସଫଳତା ହାସଲ କରିପାରିଛନ୍ତି ପୁରୀ ଜିଲ୍ଲା ବୀର ନରସିଂହପୁର ଦଳିତ ସାହିର ପ୍ରଭାତ ଭୋଇ ଙ୍କ ପୁଅ ସୋମନାଥ |ପିଲା ଟି ଦିନରୁ ପାରିବାରିକ ସମସ୍ୟା, ବାପା ମିସ୍ତ୍ରୀ କାମ କରି ଯାହା ରୋଜଗାର କରନ୍ତି ସେଇଥିରେ ପରିବାର ଚଳେ |କିନ୍ତୁ ପିଲାଟି ଦିନରୁ ସୋମନାଥ ଙ୍କ ମନରେ ଗୋଟିଏ କଥା ମୁଁ ଡାକ୍ତର ହେବି, ଯାହା ଆଜି ତାଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ସାକାର ହେବାକୁ ଯାଉଛି, ଗାଁ ପାଖରେ ଥିବା ସରକାରୀ ବିଦ୍ୟାଳୟ ରେ ପାଠପଢି ଉତୀର୍ଣ୍ଣ ହେଲା ପରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର କଲେଜ ଯୁକ୍ତ ୨ ପାସ କରିବା ପରେ ସବୁକିଛି ପଛରେ ପକାଇ ନିଜର ସ୍ବପ୍ନ କୁ ସାକାର କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିଲେ |କଥା ରେ ଅଛି ଯଦି କିଛି କରିବାର ନିଷ୍ଠା ଓ ଆଗ୍ରହ ମଣିଷ କୁ ସଫଳତା ରେ ଶୀର୍ଷ ରେ ପହଞ୍ଚାଇ ଥାଏ, ଅଭାବ ଅନଟନ, ସବୁ ଦୁଃଖ କଷ୍ଟ କୁ ପଛରେ ପକାଇ ସୋମନାଥ ଗତ ନିଟ୍ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ କଟକ ଏସ ସି ବି ରେ ଏମ ବି ବି ଏସ ପଢିବା ପାଇଁ ସ୍ୱୀକୃତି ପାଇଛନ୍ତି |ଏହାକୁ ନେଇ ତାଙ୍କୁ ଆମ୍ବେଦକର ଶିକ୍ଷା ସଂସ୍ଥା ତରଫରୁ ଶ୍ରୀ ଲିଙ୍ଗରାଜ ଭୋଇ ସମ୍ମାନିତ କରିଛନ୍ତି |ସୋମନାଥ ଙ୍କୁ ନେଇ ଏବେ ନରସିଂହପୁର ଅଞ୍ଚଳ ରେ ସବୁଠି ଚର୍ଚ୍ଚା, ଗରିବ ଘର ର ପୁଅ ଏବେ ଡାକ୍ତର ହେବ |ପୁଅ ଡାକ୍ତର ହେବ ଏହାକୁ ନେଇ ଖୁସି ରେ ପରିବାର ଲୋକେ, ଏବେ ଅନେକ ସ୍ବେଛାସେବୀ ଆଗେଇ ଆସୁଛନ୍ତି ସୋମନାଥ ଙ୍କ ପାଖକୁ |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS
More Stories
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର
ସିଦ୍ଧାନ୍ତ ଘରେ ସତ୍ୟବାଦୀ ବିଧାୟକ |
ଗରମଶିରା ରେ ପଡି ପୂଜକ ଗୁରୁତର |