ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଜାପଡା ପଞ୍ଚାୟତ ପଇଲିଢିପ ସ୍ଥିତ ଭଗବତୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀ ମଧୁସ୍ମିତା ବିଶ୍ୱାଳ ଙ୍କୁ ନିଟ ପରୀକ୍ଷା ରେ ଉତୀର୍ଣ୍ଣ ହୋଇ କୃତିତ୍ୱ ଅର୍ଜନ କରିଥିବାରୁ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସମ୍ବର୍ଦ୍ଧିତ କରାଯାଇଛି, ମଧୁସ୍ମିତା ଙ୍କ ବାପା ଜଣେ ଅଟୋ ଚାଳକ, ଅନେକ ଅଭାବ ଅନାଟନ ସତ୍ୱେ ମଧୁସ୍ମିତା ପ୍ରଥମ ରୁ ଅଷ୍ଟମ ଭଗବତୀ ସରସ୍ବତୀ ଶିଶୁ ମନ୍ଦିର ପାଠପଢ଼ା ତା ପରେ ନବମ ରୁ ଦଶମ ପାରକେଣା ଉର୍ଣ୍ଣିତ ଉଚ୍ଚ ବିଦ୍ୟାଳୟ ରେ ପଢ଼ା ସାରି ନିମାପଡା ରେସିଡେଣ୍ଟାଲ କଲେଜ ରେ ଯୁକ୍ତ ୨ ବିଜ୍ଞାନ ରେ ଅଧୟନ କରି ନିଟ ପରୀକ୍ଷା ଦେଇ ସର୍ବ ଭାରତୀୟ ସ୍ଥର ରେ କୃତିତ୍ୱ ଅର୍ଜନ କରି ଅଞ୍ଚଳ ବାସୀ ଙ୍କ ପାଇଁ ଗୌରବ ଆଣି ଦେଇଛନ୍ତି, ଯାହାକୁ ନେଇ ତାଙ୍କୁ ତାଙ୍କ ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ କରା ଯାଇଛି, ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରମୁଖ ଚିତ୍ର ସେନ ମହାରଣା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରଜାପଡା ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର, ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ନୂଆସନ୍ଥ ର ବିଜ୍ଞାନ ଶିକ୍ଷକ ବିଶ୍ୱଭୂଷଣ ସ୍ୱାଇଁ ଯୋଗଦେଇ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଭଗବତୀ ସରସ୍ବତୀ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସୁଦାମ ବାରିକ, ପ୍ରଣୟିନୀ ମିଶ୍ର, ସୋନାଲି ମିଶ୍ର, ରଶ୍ମି ରଂଜିତା ବାରିକ, ଲକ୍ଷ୍ମୀ ଲଳିତା ପ୍ରଧାନ, ମଧୁସ୍ମିତା ସାହୁ, ମିନତୀ ମାଠ ପ୍ରମୁଖ ଉପସ୍ଥିତ ରହି କୃତିତ୍ୱ ଅର୍ଜନ ଛାତ୍ରୀ ଙ୍କୁ ମାନପତ୍ର ଦେଇ ଉତ୍ସାହିତ କରିଥିଲେ |
ଅଧିକ ପଢ଼ନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ବରିଷ୍ଠ ଆଇନଜୀବୀ ପୂର୍ବତନ ଆଇନଜୀବୀ ସଙ୍ଘ ସଭାପତି ଭଗବାନ ରଥ ଙ୍କ ଦେହାନ୍ତ |
ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ର ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ |
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର