ଖବର ସତ୍ୟବାଦୀ ଓଡିଶା NEWS :(ପୁରୀ )ଶ୍ରୀମନ୍ଦିର ରତ୍ନଭଣ୍ଡାର ସର୍ଭେ କୁ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ୩ ଦିନ ସର୍ଭେ ସମୟ ଥିଲାବେଳେ ଆଜି ସରିଛି ସର୍ଭେ, ଜାତୀୟ ଜିଓଫିଜିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ସମସ୍ତ ଜ୍ଞାନ କୌଶଳ ବ୍ୟବହାର କରି ସର୍ଭେ କରିଛି ଏହାକୁ ଏ ଏସ ଆଇ କୁ ହସ୍ତାନ୍ତର ଶହ ଟେକ୍ନିକାଲ ସର୍ଭେ ରିପୋର୍ଟ ଆସିବା ପରେ ଏହାକୁ ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯିବ |ରାଜ୍ୟ ସରକାର ଙ୍କ ପରବର୍ତୀ ନିଷ୍ପତି ଆସିବା ପରେ କାର୍ଯ୍ୟ ଆଗକୁ ବଢିବ ବୋଲି କହିଛନ୍ତି ଶ୍ରୀଯୁକ୍ତ ପାଢ଼ୀ, ଅନ୍ୟପଟେ ରତ୍ନ ଭଣ୍ଡାର ଚଟାଣ ତଳେ କ’ଣ ରହିଛି ? ସେ ନେଇ ଖୁବ୍ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ NGRI ଟିମ୍ ଇଲେକ୍ଟ୍ରି ମ୍ୟାଗ୍ନେଟିକ୍ ୱେଭ୍ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି । ଡାଟା ଇମେଜ କ୍ଵାଲିଟିକୁ ଲାବ୍ରେ ଆସେମ୍ବଲ୍ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ NGRI ବିଶେଷଜ୍ଞ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି ବୋଲି କହିଛନ୍ତି ବୈଜ୍ଞାନିକ ଆନନ୍ଦ କିଶ୍ର ପାଣ୍ଡେ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |