ସରିଲା ପ୍ରଥମ ଦିନର ରତ୍ନଭଣ୍ଡାର ଯାଞ୍ଚ |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS :(ପୁରୀ )ଶ୍ରୀମନ୍ଦିର ରତ୍ନଭଣ୍ଡାର ର ପ୍ରଥମ ଦିନର ଯାଞ୍ଚ ଙ୍କୁ ଲାଗିଲା ୩ ଘଣ୍ଟା ରୁ ଉର୍ଦ୍ଧସମୟ |ଆଜି ପ୍ରଥମ ଦିନର ସର୍ଭେ ପୂର୍ଣ୍ଣାଙ୍ଗ ହୋଇ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ |ଭାରତୀୟ ପ୍ରତ୍ନତତ୍ୱ ବିଭାଗ ର ବୈଷୟିକ ଟିମ୍ ସର୍ଭେ କରିଥିବା ବେଳେ ୩ ଦିନ ସମୟ ଲାଗିବ ବୋଲି କହିଛନ୍ତି |ପ୍ରାୟ 10 ମିଟର ପର୍ଯ୍ୟନ୍ତ ଏହି ସର୍ବେ ସ୍ୱତନ୍ତ୍ର ମେସିନ ଦ୍ୱାରା କରାଯାଉଛି |୩ ଦିନ ସର୍ଭେ ପରେ ସଂଗୃହିତ ଡାଟା ଙ୍କୁ ତର୍ଜମା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ |ଭଣ୍ଡାର ଘର ଯାଞ୍ଚ ବେଳେ ଚାରି ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ ରହିଥିଲା, ଏଥିପାଇଁ ଶ୍ରଦ୍ଧାଳୁ ଓ ସେବାୟତ ଙ୍କ ସହଯୋଗ ଲୋଡିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ |ସି ଏସ ଆଇ ଆର ଓ ଏନଜି ଆଇ ଆର ର ଅଧିକାରୀ ଙ୍କ ସହ ଛବିଶ ଜଣିଆ ଟିମ୍ ଭିତର ରତ୍ନ ଭଣ୍ଡାର ସର୍ଭେ କରୁଛନ୍ତି |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..