ସତ୍ୟବାଦୀ ବନ ବିଦ୍ୟାଳୟ ର ସ୍ବର୍ଣ୍ଣକ୍ଷେତ୍ର ପାଳନ କଲା ଭାରତ ବିକାଶ ପରିଷଦ

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶାନିୟୁଜ :ଭାରତ ବିକାଶ ପରିଷଦ,ସତ୍ୟବାଦୀ ଶାଖା ଆନୁକୂଲ୍ୟରେ ଏବଂ ଉତ୍କଳମଣି ଗୋପବନ୍ଧୁ ମିଶନ ସହଯୋଗରେ ସତ୍ୟବାଦୀର ବିସ୍ମୃତ ପ୍ରତିଭା ପୁଣ୍ୟଶ୍ଳୋକ ପଣ୍ଡିତ ହରିହର ଦାସଶର୍ମାଙ୍କର ଜୟନ୍ତୀ ଏବଂ ସେହି ମହାନ ସମାଜ ସଂସ୍କାରକଙ୍କ ଜନ୍ମ ତିଥି କୁମାରପୂର୍ଣ୍ଣମୀ ତିଥିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ ଆଲୋଚନା ଚକ୍ର ଏବଂ କବିତା ପାଠ ଉତ୍ସଵ ମାଧ୍ୟମରେ ଭାରତ ବିକାଶ ପରିଷଦ ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସର ଅନ୍ତର୍ଗତ ସରକାରୀ ପ୍ରାଥମିକ ଶିକ୍ଷକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି. ଯୋଗଜନ୍ମା ପଣ୍ଡିତ ହରିହର ଦାସଶର୍ମା ଉତ୍କଳମଣିଙ୍କ ଆବିର୍ଭାବର ତିନି ବର୍ଷ ପୂର୍ବରୁ ଅର୍ଥାତ ତା ୦୯/୦୨/୧୮୭୪ରେ ଇହଲୀଳା ସମ୍ବରଣ କରିଥିଲେ ମଧ୍ୟ ଗୋପବନ୍ଧୁ ନିଜର ଗୁରୁ ମାନଙ୍କ ଠାରୁ ତାଙ୍କର ପାଣ୍ଡିତ୍ୟ ଓ ଯଶ କିର୍ତ୍ତୀ ସମ୍ବନ୍ଧରେ ଶୁଣି ତାଙ୍କୁ ନିଜର ମାନସ ପଟରେ ଅତ୍ୟନ୍ତ ଭକ୍ତି କରୁଥିଲେ. ମଧୁସୂଦନ ରାଓଙ୍କ ପରାମର୍ଶରେ ସତ୍ୟବାଦୀରେ ଯେଉଁ ବିଦ୍ୟାଳୟର ଶୁଭ ଉଦ୍ଘାଟନ କଲେ ତିଥି ଥିଲା ପଣ୍ଡିତ ହରିହରଙ୍କ ଜନ୍ମତିଥି କୁମାରପୂର୍ଣ୍ଣମୀ. ମାତ୍ର ଚଉତିରିଶି ବର୍ଷ ଜୀବନ କାଳ ମଧ୍ୟରେ ନିଜକୁ ଜଣେ ଅସାଧାରଣ ପଣ୍ଡିତ, ଆଧୁନିକ ଶିକ୍ଷାର ପ୍ରବର୍ତ୍ତକ, ଜଣେ ସମାଜ ସଂସ୍କାରକ ଭାବରେ ପ୍ରମାଣ କରିପାରିଥିଲେ. ପ୍ରଚଳିତ ଶିକ୍ଷା ପଦ୍ଧତିର ସଂସ୍କାର ପାଇଁ ଅନେକ ପଦକ୍ଷେପ ନେଇଥିଲେ. ତାଙ୍କ ରଚିତ “ଭାରତ ଭ୍ରମଣ “ପୁସ୍ତକ ଓଡ଼ିଶାର ପ୍ରଥମ ଭ୍ରମଣ କାହାଣୀ. ଉକ୍ତ ସଭାରେ ବିଜୟ କୁମାର ପରିଡ଼ା, ସତ୍ୟବାଦୀ ଶାଖାର ଅର୍ଥ ସଚିବ ସମ୍ମାନିତ ଅତିଥି ଏବଂ କବି ରବୀନ୍ଦ୍ର ନାଥ ଷଡ଼ଙ୍ଗୀ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇଥିଲେ. ସଂଯୋଜନା କରିଥିଲେ ସୁଜାତା ଦେଵୀ. ବିଶିଷ୍ଟ କବି ଏବଂ ସାହିତ୍ୟିକ ମାନଙ୍କ ମଧ୍ୟରେ ବିଶାଖା ଦେଵୀ, ବିଭୁତି ହୋତା, ହୃଷିକେଶ ପାଢ଼ୀ, ଫୁଲରାଣୀ ପାଳ, ପ୍ରଫୁଲ୍ଲ ମିଶ୍ର, ବନ୍ଦନା ମହାପାତ୍ର ମହାପାତ୍ର ଯୋଗଦେଥିଲାବେଳେ ଯୁଧିଷ୍ଠିର ସାହୁ ମୁଖ୍ୟ ସହଯୋଗୀ ଥିଲେ ଏବଂ ଧନ୍ୟଵାଦ ପ୍ରଦାନ କରିଥିଲେ ଦିଗମ୍ବର rath. କବି ଫକୀର ଚରଣ ପଢ଼ିଙ୍କ ଦ୍ୱାରା ଲିଖିତ ପୁସ୍ତକ “ତୁଷାର ମାନବ ”ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ୍ତ ହୋଇଥିଲା.

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS....