ପଦ୍ମଶ୍ରୀ ରତନ ଟାଟା ଙ୍କ ସ୍ମୃତିରେ ସମୂହ ଦୀପଦାନ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡ଼ିଶା NEWS.ପଦ୍ମଶ୍ରୀ ରତନ ଲାଭାନ ଟାଟା ଙ୍କୁ ଝୁରୁଛି ସାରା ଦେଶ |ଭାରତର ଶିଳ୍ପ ଜଗତର ରତ୍ନ ପଦ୍ମଶ୍ରୀ ରତନ ଟାଟାଙ୍କ ବିୟୋଗରେ ସାର ଭାରତବର୍ଷ ସ୍ତବ୍ଧ ହୋଇଯାଇଛି । ସାରାସମାଜ ପାଇଁ ତାଙ୍କର ବୈପ୍ଲବିକ ଅବଦାନ ପାଇଁ ତାଙ୍କୁ ମନେ ପକାଇ ଝୁରୁଛନ୍ତି ସମଗ୍ର ଦେଶବାସୀ|ତାଙ୍କ ବିୟୋଗରେ ବୁଦ୍ଧିଜୀବୀ,ସମାଜସେବୀ,ସାମ୍ବାଦିକ ଓ ସାଧାରଣ ଜନତା ସାକ୍ଷୀଗୋପାଳ ମନ୍ଦିର ଆଗରେ ସନ୍ଧ୍ୟାରେ ଏକତ୍ର ହୋଇ ତାଙ୍କର ଗୁଣଗାନ କରିବା ସହ ତାଙ୍କର ଅମର ଆତ୍ମାର ସଡଗତି ନିମନ୍ତେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଆଇନଜୀବୀ ସୁଶାନ୍ତ କୁମାର ରଥ, ବରିଷ୍ଟ ସାମ୍ବାଦିକ କିଶୋରଚନ୍ଦ୍ର ମହାପାତ୍ର,ଶିକ୍ଷାବିତ୍ ସତ୍ୟବାଦୀ ଦାସ, ସମାଜସେବୀ ସୁଦର୍ଶନ ପ୍ରଧାନ, ଉପେନ୍ଦ୍ର ବିଶ୍ବାଳ, ରୋଜାଲିନ ମିଶ୍ର, ଶ୍ୟାମସୁନ୍ଦର ମହାପାତ୍ର , ପୂର୍ଣ୍ଣଚନ୍ଦ୍ର ବରାଳ ଭଳି ଅନେକ ବ୍ୟକ୍ତି ଏକତ୍ର ହୋଇ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କ ଅମର ଆତ୍ମ ର ସଦଗତି ପାଇଁ ପ୍ରଭୁ ସାକ୍ଷୀଗୋପାଳ ଙ୍କ ପାଖରେ ପ୍ରାର୍ଥନା କରିଥିଲେ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ…. NEWS