ଶ୍ରୀରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବ୍ ର ବାର୍ଷିକଉତ୍ସବ ୨୦୨୪ ଅନୁଷ୍ଠିତ |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା ନିୟୁଜ ସାକ୍ଷୀଗୋପାଳ (୧୯-୧୦):- ସ୍ଥାନୀୟ ଶ୍ରୀ ରାମଚନ୍ଦ୍ରପୁର ଡ୍ରାମାଟିକ କ୍ଲବ ର ବାର୍ଷିକ ଅଧିବେଶନ ଓ ସାଂସ୍କୃତିକ ସମାରୋହ ପାଗର ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ତା. ୧୯.୧୦.୨୪ ରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ପ୍ରତିଷ୍ଠିତ ଚିକିତ୍ସକ ଡ. ସିଦ୍ଧାର୍ଥ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବରେଣ୍ୟ ନିର୍ଦ୍ଦେଶକ ଶ୍ରୀ ନଟବର ଆଚାର୍ଯ୍ୟ, ନାଟ୍ୟକାର ଶ୍ରୀ ଶରତ କୁମାର ସାହୁ,ସଙ୍ଗୀତ ନିର୍ଦ୍ଦେଶକ ଅଞ୍ଜନ ମହାନ୍ତି ଓ ନୃତ୍ୟ ପଟ୍ଟିୟସି ରୁବୀ ହାତୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଠ ସାହିତ୍ୟିକ ରଞ୍ଜନ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ ପ୍ରାରମ୍ଭରେ ପଣ୍ଡିତ ବିନାୟକ ଦାସ ଜଗନ୍ନାଥ ଅଷ୍ଟକମ୍ ଆବୃତ୍ତି କରିଥିଲେ।ଅନୁଷ୍ଠାନ ର ସଭାପତି ଶ୍ରୀ ଉମାଶଙ୍କର ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଶ୍ରୀ ପ୍ରମୋଦ ନନ୍ଦ ଧନ୍ୟବାଦ୍ ଅର୍ପଣ କରିଥିଲେ। ବର୍ଷା ବିଜୁଳିର ଲୁଚକାଳି ଖେଳ ଭିତରେ କୁମାର ପୂର୍ଣ୍ଣମୀ ଚାନ୍ଦ କୁ ଧରି ମଧ୍ୟରାତ୍ରୀରେ ମଞ୍ଚସ୍ଥ ହେଇଥିଲା ନାଟକ ‘ଆଖିଲୁହ ଏଠି ଶେଷ ଠିକଣା ‘। ନାଟକ ଟିରେ କୁନି,କୃଷ୍ଣ, ପିଣ୍ଟ।,ସନ୍ତୁନା,ଜିତୁ,ଡଲୁ,ଚିକୁ, ଶ୍ରୀପତି,ବାବା,ସତ୍ୟ,ଓମ୍,ବାବୁ, ବନ୍ଦନା, ସୀମା, କାଜଲ,ଅଙ୍କିତା,ଅମ୍ବିକା ପ୍ରମୁଖ ଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା। ଶ୍ରୀ ଶରତ କୁମାର ସାହୁ ଙ୍କ ପ୍ରଥମ ଲିଖିତ ଏହି ନାଟକ କୁ ଶ୍ରୀ ନଟବର ଆଚାର୍ଯ୍ୟ ନିର୍ଦ୍ଦେଶନା ଦେଇଥିଲେ।ଏହି ନାଟକ ପୂର୍ବରୁ ଗ୍ରାମ ର କୁନି କଳାକାର ମାନେ ନିଜର ପ୍ରତିଭା ଦେଖାଇବାରେ ବର୍ଷା ବାଧକ ସାଜିଥିଲା। ସେଥିପାଇଁ କ୍ଲବ ତରଫରୁ ଦୁଃଖ ପ୍ରକାଶ କରାଯାଇ ଆଗାମୀ ଦିନରେ ଗ୍ରାମ ର ପ୍ରତିଭା ମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦିଆଯିବାର ବ୍ୟବସ୍ଥା କରାଯିବାକୁ ଉଦ୍ୟମ କରି ଏହି କୁମାର ଉତ୍ସବ କୁ ଲୋକପ୍ରିୟ କରିବାକୁ ପ୍ରତିଶ୍ରୁତି ଦିଆଗଲା। ବିଭିନ୍ନତା ମଧ୍ୟରେ ଏକତା ଏହି ସାଂସ୍କୃତିକ ଉତ୍ସବର ମୁଖ୍ୟ ବାର୍ତ୍ତା।ବୋଲି କ୍ଲବ ର ସଦସ୍ୟ ମାନେ କହିଥିଲେ |

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…