ସମାଧାନ ନହେଲେ ବିଦ୍ୟୁତ ବିଲ ବନ୍ଦ |

Love with Khabar Satyabadi

ସାକ୍ଷୀଗୋପାଳ :ଖବର ସତ୍ୟବାଦୀ :NEWS ବିଦ୍ୟୁତ ସମସ୍ୟା କୁ ନେଇ ସାକ୍ଷୀଗୋପାଳ ବିଦୂତ ବିଭାଗ ବିରୋଧରେ ଉପଭୋକ୍ତାଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।  ଦୈନିକ ବାରମ୍ବାର ବିଦ୍ୟୁତ କାଟ ,  ଲୋ ଭୋଲ୍ଟେଜ , ବିଦୂତ ବିଲିରେ ବିଭୀରାଟ ,  କେତେକ କର୍ମଚାରୀଙ୍କର ମନମାନୀ , ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କଷ୍ଟମର କେୟାରକୁ ଅଭିଯୋଗ କଲେ ମଧ୍ୟ  ସେବା ଦେବାରେ ବିଫଳତା , ଯେ କୌଣସି ବିଦୂତ ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କଲେ ଫୋନ କଲ ନଉଠିଇବା । ପ୍ରତେକ ବିଦୂତ ଟ୍ରାନ୍ସଫର୍ମର ନିକଟରେ ଏବି ସିୟୁଜି ଲଗାଇବା ।  ଧାର୍ଯ୍ୟ ସମୟରେ ବିଦୂତ ବିଲି ନଦେଇ ମନ ଇଚ୍ଛା ବିଲି ପ୍ରଦାନ କରାଯିବାରୁ ବିଲିର ଥିବା ସ୍ଲାବରେ ଅଧିକ ଟଙ୍କା ଉପଭୋକ୍ତାଙ୍କ ଠାରୁ ଶୋଷଣ କରିବା ଅଭିଯୋଗ କରି ସତ୍ୟବାଦୀ ବିଦୂତ ବିଭାଗ ଅଧିନରେ ଥିବା ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଶାସନ ଗ୍ରାମରେ ତୀବ୍ର ଜନ ଅସନ୍ତୋଷ ଲାଗିରହିଛି । ଏହି ସମସ୍ୟା ଦୀର୍ଘବର୍ଷ ହେବ ବିବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଉ ଥିଲେ ମଧ୍ୟ ଏହାର  ସମାଧାନର ଦିଗ ବାହାର କରିବା ପରିବର୍ତେ ଏହାକୁ ଅଣଦେଖା କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଣୁ ଗ୍ରାମର ନିଷ୍ପତ୍ତି କ୍ରମେ ଚଳିତ ମାସରେ ବିଭାଗ ପକ୍ଷରୁ କରାଯାଉଥିବା ବିଲିଙ୍ଗୀକୁ ସମ୍ପୂର୍ଣ୍ଣ  ବନ୍ଦ କରିଦିଆଯାଇଥିଲା ।  ସମସ୍ୟାର ସମାଧାନ ନିମନ୍ତେ  ଶନିବାର ଦିନ ବିଭାଗୀୟ ଜେଇ ଏସ କେ ସାହିଲି ଓ ଲାଇନି ମ୍ୟାନ ଦୁଃଶାସନ ପାତ୍ର ଗ୍ରାମରେ ଉପସ୍ଥିତ ହୋଇ ଗ୍ରାମ ବାସୀଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନଥିଲା । ତେଣୁ ପୁନର୍ବାର ଗ୍ରାମ କୋଠର ପୂର୍ବ ନିଷ୍ପତ୍ତି କ୍ରମେ ସମସ୍ୟା ସମାଧାନ ପର୍ଯ୍ୟନ୍ତ ବିଦୂତ ବିଲିଙ୍ଗୀ ବନ୍ଦ ରଖାଯିବ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ଆଲୋଚନାରେ  ଗ୍ରାମ ବାସୀଙ୍କ ପକ୍ଷରୁ କୋଠ ସମ୍ପାଦକ ମାନସ ତ୍ରିପାଠୀ , ଉମାଶଙ୍କର ମହାପାତ୍ର , ଅଶ୍ୱିନୀ ନନ୍ଦ ,ବୈଦ୍ୟନାଥ ନନ୍ଦ , ସୁଧୀର ତ୍ରିପାଠୀ  , ପବିତ୍ର ମିଶ୍ର ପ୍ରମୁଖ ବରିଷ୍ଠ ବେକ୍ତିବିଶେଷ ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ସମସ୍ୟା ସମ୍ପର୍କରେ ସତ୍ୟବାଦୀ ବିଦୂତ ବିଭାଗ ଏସଡ଼ିଓ ନିଳାଞ୍ଚଳ ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ  ଶ୍ରୀରାମଚନ୍ଦ୍ରପୁର ଗ୍ରାମ ବାସୀଙ୍କ ଅଭିଯୋଗ ସମ୍ପର୍କରେ ମୋପାଖରେ ଖବର ରହିଛି । ଆଗକୁ ଗ୍ରାମ ବାସୀଙ୍କ ସହିତ ଏକ ପୁନର୍ବାର ଆଲୋଚନା କରାଯାଇ ସମାଧାନର ପନ୍ଥା ସ୍ଥିର କରାଯିବ । ସୂଚନା ଥାଉକି ସତ୍ୟବାଦୀରେ  ବିଦୂତ କାଟ ଅଭିଯୋଗକୁ ଗତ ପଞ୍ଚାୟତ ସମିତି ବୈଠକରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ବୈଠକରେ ଉପସ୍ଥିତ ଥିବା ବିଦୂତ ବିଭାଗ ଅଧିକାରୀଙ୍କୁ  ବିଦୂତ କାଟ ନକରିବା ଓ ବିଦୂତ କାଟିବା ପୂର୍ବରୁ ଆଗୁଆ ସୂଚନା ପ୍ରଦାନ କରିବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବିଧାୟକଙ୍କ ନିର୍ଦ୍ଦେଶ ପରେ ବିଭାଗ ପକ୍ଷରୁ ଦୈନିକ କିଛି କାରଣ ଦେଖାଇ ଘଣ୍ଟା ଘଣ୍ଟା ଧରି ବିଦୂତ କାଟ ହେଉଥିବା ଜଣା ପଡିଛି ।