କଟକ :ଖବର ସତ୍ୟବାଦୀ ଓଡ଼ିଶା NEWS :(ନିପ୍ର) ଚମକୁଛି ବାଲିଯାତ୍ରା ପଡିଆ |ରଙ୍ଗୀନ ଆଲୁଅ ରେ ଝଲମଲ କରୁଛି କଳାଧଳା ଚଳଚିତ୍ର |ଏଥର ବାଲିଯାତ୍ରା କୁ ଆକର୍ଷଣୀୟ କରିବାକୁ ଜିଲ୍ଲା ପ୍ରଶାସନ ର ନୂତନ ପଦକ୍ଷେପ| କଟକ ଇନ କଟକ ରେ ପୁରୁଣା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଓଡ଼ିଆ ଚଳଚିତ୍ର ର ସୋ, କେସ କରା ଯାଇଛି |ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ, ଓଡ଼ିଆ ଅସ୍ମିତାର କିଛି ଶ୍ରେଷ୍ଠ ନିଦର୍ଶନ। ସୀତା ବିବାହ, ହୀରା ଲିଳା, ଗପ ହେଲେ ବି ସତ, ଚିହ୍ନା ଅଚିହ୍ନା ପରି ପୁରୁଣା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର ଲାଗିଛି ସମ୍ଭାର। ବାଲିଯାତ୍ରାର କଟକ ଇନ୍ କଟକ ଗ୍ୟାଲେରୀରେ ସୋ କେସ୍ କରାଯାଇଛି ଓଡ଼ିଆ କିମ୍ବଦନ୍ତୀ ଚଳଚ୍ଚିତ୍ରକୁ। ଯିଏ ଯାଉଛି, ଘଡିଏ ଅଟକି ଯାଉଛି ପୋଷ୍ଟର ଗ୍ୟାଲେରୀରେ। ମୋବାଇଲ୍ କ୍ୟାମେରାରେ କଏଦ କରିନେଉଛି ନିଜକୁ। ପୁରୁଣା ଚଳଚ୍ଚିତ୍ରର ସାକ୍ଷୀ ବନିବାକୁ ଗ୍ୟାଲେରୀ ଭିତରେ ଆମ୍ପି ଥିଏଟର ବି ହୋଇଛି। ଅଡିଓ ମାଧ୍ୟମରେ ପ୍ରଦର୍ଶିତ ହେଉଛି କିଛି ଲୋକପ୍ରିୟ ଚଳଚ୍ଚିତ୍ରର ସଂଳାପ ଓ ମନଛୁଆଁ ସଙ୍ଗୀତ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍