ଅଁଳା ନବମୀ ରେ ଦର୍ଶକ ଙ୍କୁ ଆକର୍ଷିତ କଲା ସତ୍ୟବାଦୀ ସେବାଟ୍ରଷ୍ଟ ର ନିଆରା କାର୍ଯ୍ୟକ୍ରମ |

Love with Khabar Satyabadi

ଖବର ସତ୍ୟବାଦୀ ଓଡିଶା NEWS :ସାକ୍ଷୀଗୋପାଳ ରେ ଅଁଳାନବମୀ ରେ ସୁନ୍ଦର କାର୍ଯ୍ୟକ୍ରମ କରିଛନ୍ତି ସତ୍ୟବାଦୀ ସେବାଟ୍ରଷ୍ଟ ର ସଦସ୍ୟ |ଏହି ଟ୍ରଷ୍ଟ ତରଫରୁ ଅଁଳାନବମୀ ପୂର୍ବ ସନ୍ଧ୍ୟା ସାକ୍ଷୀଗୋପାଳ ସିଂହଦ୍ୱାର ନିକଟ ଅରୁଣ ସ୍ତମ୍ଭ ନିକଟରେ ଚତୁର୍ପାଶ୍ୱ ସହିତ ମନ୍ଦିର ବେଢା ମଧ୍ୟରେ ସୁନ୍ଦର ସୁନ୍ଦର ଚିତା ସହିତ ରଙ୍ଗୋଲି ଚିତ୍ର ରେ ଓଡ଼ିଆଣୀ ବେଶରେ ମା ରାଧାରାଣୀ ଙ୍କ ପାଦ ଦର୍ଶନ, ରାଧା କୃଷ୍ଣ ଙ୍କ ଛବି ଆଙ୍କିବା ସହିତ ବାଲୁକା କଳା ମାଧ୍ୟମରେ ଶ୍ରୀ କୃଷ୍ଣ ଓ ରାଧାଙ୍କର ଯୁଗଳ ମୂର୍ତ୍ତି ପାଦ ସ୍ପର୍ଶ ପଞ୍ଚସଖା ପଡିଆ ରେ ଆଦି ବେସ ଆକର୍ଷଣୀୟ ହୋଇଥିଲା |ଏହି ପ୍ରରିପେକ୍ଷୀରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଙ୍କ ସହିତ ସେବାଟ୍ରଷ୍ଟ ସମ୍ପାଦକ ସୁଶାନ୍ତ କୁମାର ରଥ, ସଭାପତି ସୁଦର୍ଶନ ପ୍ରଧାନ, ରୋଜାଲିନ ମିଶ୍ର, କାଜଲ ମହାପାତ୍ର, ଟିକିନା ମିଶ୍ର, ନୀଳ କଣ୍ଠ ବାରିକ ପ୍ରମୁଖ ଉପସ୍ଥିତ ରହି ଶ୍ରୀକୃଷ୍ଣ ରାଧା ଙ୍କ ଯୁଗଳ ମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ,

ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..