ସାକ୍ଷୀଗୋପାଳ :ଖବର ସତ୍ୟବାଦୀ ଓଡିଶା NEWS :ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମହୁରା ପଞ୍ଚାୟତର ବାଗଲପୁର ଠାରେ ଥିବା ମା”ରୁଦ୍ରାୟଣୀଙ୍କ ପୀଠରେ ମାଘମାସ ଶ୍ରୀପଞ୍ଚମୀ ତିଥିରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ କରାଯାଇଛି।ଏଥିରେ ପ୍ରାୟ ୧୫ଟି ସଂକୀର୍ତ୍ତନ ମେଳ ଉପସ୍ଥିତ ରହି ନାମଯଜ୍ଞ କରିଥିଲେ।ଶ୍ରୀପଞ୍ଚମୀ ଦିନ ଶୈବପୀଠ ପୋଖରୀରେ କଳସୀରେ ଜଳ ସଂଗ୍ରହ କରି ନାମଯଜ୍ଞ ସ୍ଥଳରେ ସ୍ଥାପନ କରିଥିଲେ।ବାଇଧର ପରିଡା ଓ କୂନିମଣି ପରିଡା କର୍ତ୍ତା ଏବଂ କର୍ତ୍ତୀ ଭାବେ କାର୍ଯ୍ୟ ତୁଲାଇଥିଲେ।ଗ୍ରାମ ପରିଚାଳନା କମିଟିର ସଭାପତି ଗଣେଶ୍ବର ପ୍ରଧାନ,ବିପ୍ରଚରଣ ସ୍ବାଇଁ,ପ୍ରଦେଶ ପରିଡା ରହିଥିବା ବେଳେ ପୁରୋହିତ ଚିତ୍ତରଞ୍ଜନ ନନ୍ଦ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରିବା ପରେ ନାମସଂକୀର୍ତ୍ତନ ଯଜ୍ଞ ଆରମ୍ଭ କରାଯାଇଥିଲା।ଗ୍ରାମ କମିଟିର ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ମାଘ ସପ୍ତମୀ ତିଥିରେ ନାମ ସଂକୀର୍ତ୍ତନ ଶେଷ କରିବା ପରେ ପୂର୍ଣ୍ଣାହୂତି କରିବା ସହ ନଗର ପରିକ୍ରମା ଏବଂ ଦଧିହାଣ୍ଡି ଭାଙ୍ଗି ପରେ ପ୍ରସାଦ ସେବନ କରାଯାଇଥିଲା।ସଂକୀର୍ତ୍ତନ ମେଳକୁ ଗ୍ରାମ ପରିଚାଳନା କମିଟି ପକ୍ଷରୁ ସ୍ବାଗତ କରିବା ସହ ସେମାନଙ୍କର ସମସ୍ତ ବ୍ୟବସ୍ଥା କରାଯାଇଥିଲା।ଏହି ନାମଯଜ୍ଞ ୬୦ବର୍ଷ ହେବ ବୋଲି ଗ୍ରାମବାସୀ ମାନେ କହିଛନ୍ତି।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…

More Stories
ବରିଷ୍ଠ ଆଇନଜୀବୀ ପୂର୍ବତନ ଆଇନଜୀବୀ ସଙ୍ଘ ସଭାପତି ଭଗବାନ ରଥ ଙ୍କ ଦେହାନ୍ତ |
ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ର ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ |
ଝିଅମାନଙ୍କୁ ମାଗଣାରେ ମିଳିବ ଇଲେକ୍ଟ୍ରିକ୍ ସ୍କୁଟର