ଖବର ସତ୍ୟବାଦୀ ଓଡିଶା NEWS |ସାକ୍ଷୀଗୋପାଳ ଗତ କାଲି
ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ର ୪୬ ତମ ବାର୍ଷିକ ଉତ୍ସବ ଆଜି ଆନନ୍ଦ ଓ ଉତ୍ସାହ ର ସହ ପାଳିତ ହୋଇଯାଇଛି। ଅନୁଷ୍ଠାନ ର +୩ ଛାତ୍ର ସଂସଦ, +୨ ସାଂସ୍କୃତିକ ପରିଷଦ, ନାଟ୍ୟ ପରିଷଦ ଓ ଛାତ୍ର ଛାତ୍ରୀ ତଥା କମନ୍ ରୁମ୍ କ୍ଳବ୍ ର ମିଳିତ ଅନୁକୁଲ୍ୟ ରେ ଆୟୋଜିତ ଏହି ଭବ୍ୟ ଉତ୍ସବ ରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର, ମହାବିଦ୍ୟାଳୟ ର ପରିଚାଳନା କମିଟି ର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ପ୍ରଭାତ କୁମାର ମିଶ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ସତ୍ୟ ଶିବ ସୁନ୍ଦର ମିଶ୍ର ସଭାପତିତ୍ବ କରିଥିଲେ। ଉତ୍କଳ ର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ଙ୍କ ପୂଜାଅର୍ଚ୍ଚନା ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସମାରୋହ ର ଉଦଘାଟନ କରି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର କହିଥିଲେ ଯେ, ଛାତ୍ର ମାନେ ଖାଲି ସ୍ଵପ୍ନ ଦେଖିଲେ ହେବନାହିଁ ବରଂ ସ୍ଵପ୍ନ କୁ ସଫଳ କରିବା ପାଇଁ ପ୍ରଚେଷ୍ଟା କରିବା ଆବଶ୍ୟକ। ଏହି ଅବସର ରେ ପରିଚାଳନା କମିଟି ର ପ୍ରାକ୍ତନ ସଭାପତି ଡ. ପ୍ରଭାତ କୁମାର ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କଲେ ସଫଳ ହୋଇପାରିବେ ବୋଲି ମତ ଦେଇଥଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀ ସତ୍ୟ ଶିବ ସୁନ୍ଦର ମିଶ୍ର ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କର ଶୃଙ୍ଖଳାବୋଧ ର ପ୍ରଶଂସା କରିବା ସହ ଉତ୍ତମ ଚରିତ୍ର ସେମାନଙ୍କର ପ୍ରକୃତ ପୁଞ୍ଜି ବୋଲି କହିବା ସହ ଅତିଥି ମାନଙ୍କ ସମ୍ମୁଖ ରେ ଅନୁଷ୍ଠାନ ର ଭିତ୍ତିଭୂମି ର ଅଭାବ ଜନିତ ସମସ୍ୟା ସମ୍ପର୍କ ରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ଟିର ପ୍ରାରମ୍ଭ ରେ ପ୍ରାଧ୍ୟାପିକା ଶ୍ରୀମତୀ ଶୁଭ୍ରଦୀପ୍ତା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥଲେ। ଛାତ୍ର ସଂସଦ ର ବରିଷ୍ଠ ଉପଦେଷ୍ଟା ପ୍ରଧ୍ୟାପକ ଶ୍ରୀ ରତ୍ନାକର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନ ର ଛାତ୍ରୀ କୁମାରୀ ଶୁଭ୍ରା ଶୁଭଦର୍ଶିନୀ ମହାରଣା ବେଦ ପାଠ କରିଥିଲେ ଏବଂ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ଏହା ପରେ ପୁରସ୍କାର ପ୍ରଦାନ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହ ରେ ଏ . ଡି ମହାବିଦ୍ୟାଳୟ, ବ୍ରହ୍ମଗିରି ର ଗଣିତ ବିଭାଗ ର ପ୍ରାଧ୍ୟାପକ ସଂଗ୍ରାମ କେଶରୀ ମାନ୍ଧାତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସର ରେ ବିଗତ ବର୍ଷ ର ଯୁକ୍ତ ଦୁଇ ର ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବରେ କଳା ବିଭାଗ ରେ ଅନିମା ଖଟୋଇ, ବାଣିଜ୍ୟ ବିଭାଗ ରେ ରାଜଲକ୍ଷ୍ମୀ ପ୍ରଧାନ ଓ ବିଜ୍ଞାନ ବିଭାଗ ରେ ବାସୁଦେବ ପଣ୍ଡା ଏବଂ ଯୁକ୍ତ ତିନି ର ଶ୍ରେଷ୍ଠ ଛାତ୍ରଛାତ୍ରୀ ଭାବରେ କଳା ବିଭାଗ ରେ ଶିବାନୀ ସାମନ୍ତରାୟ ବାଣିଜ୍ୟ ବିଭାଗ ରେ ପ୍ରଭୁ ପ୍ରସାଦ ମିଶ୍ର ଓ ବିଜ୍ଞାନ ବିଭାଗ ରେ ହରି ଶଙ୍କର ସାହୁ ଙ୍କୁ ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥି ମାନେ ନନ୍ଦ ନନ୍ଦନ ଦାସ ସ୍ମାରକୀ ପୁରସ୍କାର ପ୍ରଦାନ କରିଥିଲେ। ଏହାପରେ ଚଳିତ ବର୍ଷ ର ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସମଗ୍ର କାର୍ଯ୍ୟକ୍ରମ କୁ ପ୍ରାଧ୍ୟାପିକା ସୁଜାତା ମହାପାତ୍ର ତାଙ୍କର ବଳିଷ୍ଠ ଓ ଉଚ୍ଚକୋଟୀର ସଂଯୋଜନା ଦ୍ଵାରା ସ୍ମରଣୀୟ କରିଦେଇଥିଲେ । ଉତ୍ସବ ରେ ସ୍ଥାନୀୟ ବୁଦ୍ଧିଜୀବୀ ତଥା ମହାବିଦ୍ୟାଳୟ ର ଅନେକ ପ୍ରାକ୍ତନ କର୍ମଚାରୀ ଓ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷ ରେ +୨ ସଂସ୍କୃତିକ ପରିଷଦ ଉପଦେଷ୍ଟା ଡକ୍ଟର ଶଙ୍କର୍ଷଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ପରିବେଷଣ ହୋଇଥିଲା।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..
More Stories
ପୁରୀ ରେ ମହାଳୟା ପାଇଁ ପ୍ରବଳଭିଡ଼ |ବିଭିର୍ଣ୍ଣ ତୀର୍ଥ ପୁଷ୍କରିଣୀ ରେ ପିଣ୍ଡ ପକାଇଲେ ଶ୍ରଦ୍ଧାଳୁ |
ଶ୍ରୀରାଧା ଜନ୍ମୋତ୍ସବ ୨୦୨୫ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବିଶ୍ୱଶାନ୍ତି ମହାଜଜ୍ଞ|
ଛାତ୍ର ଛାତ୍ରୀ ଙ୍କ ପାଇଁ ଆଦର୍ଶ ଥିଲେ ଭୋଳାନାଥ ସାର୍