ପୁରୀ :ଖବର ସତ୍ୟବାଦୀ ଓଡିଶା NEWS( ନିପ୍ର )ଦିଲ୍ଲୀ, ବିହାର ପରେ ପୁରୀରେ ଭୂକମ୍ପ । ସକାଳେ ପୁରୀରେ ଭୂ-କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ମ୍ୟାଗ୍ନିଚ୍ୟୁଡ ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ପୁରୀ, ବିହାର , ଦିଲ୍ଲୀ ତିନୋଟି ସ୍ଥାନରେ ଭୂକମ୍ପର ତୀବ୍ରତା ୪.୦ରୁ ଅଧିକ ରହିଛି ।
ସକାଳେ ଦିଲ୍ଲୀ NCR ଅଞ୍ଚଳରେ ଭୂକଂପ ଝଟ୍କା ଅନୁଭୂତ ହୋଇଥିଲା ସକାଳ ୫ଟା ୩୬ରେ ଝଟ୍କା ଅନୁଭୂତ ବେଳେ ଭୟଭୀତ ହୋଇଥିଲେ ଲୋକେ । ସେଫ୍ଟି ପ୍ରୋଟୋକଲ୍ ମାନିବାକୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାର କେନ୍ଦ୍ରସ୍ଥଳ ଦିଲ୍ଲୀର ପାଖାପାଖି ଅଞ୍ଚଳର ୫ କିଲୋମିଟର ମଧ୍ୟରେ ଥିଲା, ଯାହାଦ୍ଵାରା ଲୋକେ ଭୟଭୀତ ହୋଇଥିଲେ। ବିଲ୍ଡିଂ ଗୁଡ଼ିକ ଥରି ଉଠିଥିଲା।ଦିଲ୍ଲୀ ପରେ ବିହାରରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୪.0ରେ ଭୂକମ୍ପ ଝଟକା ଅନୁଭୂତ । ସିୱାନ ଅଞ୍ଚଳରେ ସକାଳ 8ଟା 2 ମିନିଟ୍ ସମୟରେ ଭୂକମ୍ପ ଝଟକା ଅନୁଭୂତ ହେବାରୁ ଭୟଭୀତ ହୋଇ ପଡିଥିଲେ ଲୋକେ । ତେବେ କୌଣସି ସ୍ଥାନରେ କ୍ଷୟକ୍ଷତିକୁ ନେଇ ସୂଚନା ମିଳିପାରି ନାହିଁ ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..

More Stories
ତୁଟିଲା ବିବାଦ ଶାନ୍ତି କମିଟି ରେ ସମାଧାନ |
ସତ୍ୟବାଦୀ ମହୋତ୍ସବ ର ଦ୍ୱତୀୟ ସନ୍ଧ୍ୟା ରେ ଝୁମିଲେ ଦର୍ଶକ |
ସତ୍ୟବାଦୀ ମହୋତ୍ସବ ପାଇଁ ଜିଲ୍ଲା ସ୍ଥରୀୟ ବୈଠକ |