ପୁରୀ :ଖବର ସତ୍ୟବାଦୀ ଓଡିଶା :(ନିପ୍ର) ଶ୍ରୀମନ୍ଦିରରେ ଅଘଟଣ । ରକ୍ତଛିଟା ପଡିବାରୁ ଶ୍ରୀଜୀଉଙ୍କର ହେବ ବଡ ମହାସ୍ନାନ । ଅବକାଶ ନୀତି ପରେ ଭିତରକାଠ ଦର୍ଶନ ଚାଲିଥିଲା । ଏହି ସମୟରେ ଭିତରକାଠରେ ରକ୍ତଛିଟା ପଡିଥିବା ଦେଖିବାକୁ ପାଇଥିଲେ ଜଣେ ସେବାୟତ । ଫଳରେ ମହାପ୍ରଭୁଙ୍କ ମାହସ୍ନାନ ଯୋଗୁଁ ଦର୍ଶନ ପ୍ରାୟ ଏକ ଘଣ୍ଟା ବନ୍ଦ ରହିବା ନେଇ ସୂଚନା ଦିଆଯାଇଛି । ମହାସ୍ନାନ ନୀତି ପରେ ପୁର୍ନବାର ସ୍ୱଭାବିକ୍ ହେବ ଦର୍ଶନ ।ନିକଟରେ ନୀଳଚକ୍ରରେ ବାନାକୁ ଧାରଣ କରୁଥିବା ଅକ୍ଷୟ ଦଣ୍ଡ ଭାଙ୍ଗିଥିଲା । ପରେ ନୂଆ ଅକ୍ଷୟ ଦଣ୍ଡ ସଂଯୋଗ ହୋଇ ବାନା ଲାଗିଥିଲା । ପ୍ରାୟ ୨୨ ଫୁଟ୍ ର ଏହି ବାଉଁଶର ଦଣ୍ଡଟିକୁ ଶ୍ରୀମନ୍ଦିର ଅଧିଷ୍ଠାତ୍ରୀ ମାଆ ବିମଳାଙ୍କ ଆଜ୍ଞା ନେଇ ବନ୍ଧା ଯାଇଛି । ବିମଳାଙ୍କ କୂଅରୁ ପାଣି ନେଇ ଦଣ୍ଡ ଟିକୁ ସିଞ୍ଚନ କରିବା ସହ ସେଥିରେ ମାଆଙ୍କ ସିନ୍ଦୂର ଲଗାଇ ଅକ୍ଷୟ ଦଣ୍ଡଟିକୁ ବନ୍ଧାଯାଇଛି |
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |