ଖବର ସତ୍ୟବାଦୀ ଓଡିଶା NEWS :(କଟକ) କଟକ: ଚଳନ୍ତା ‘ମୋ ବସ୍’ ହଠାତ୍ ଧୂଆଁମୟ ହୋଇଗଲା । ଆଉ ବସ୍ ଭିତରେ ଥିବା ଯାତ୍ରୀ ଜୀବନ ବିକଳରେ ଝରକା ଡେଇଁ ଓହ୍ଲାଇବାକୁ ଲାଗିଲେ । ମହିଳାଙ୍କ ଠାରୁ ନେଇ ଛୋଟ ଛୁଆ ସମସ୍ତଙ୍କୁ ‘ମୋ ବସ୍’ର ଝରକା ଦେଇ ବାହାରକୁ ଅଣାଯାଇଛି । ଏମିତି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ଥାନା ବିରୂପା ବ୍ୟାରେଜ ନିକଟରେ ।ସୂଚନା ଅନୁସାରେ, ଶନିବାର ଅପରାହ୍ଣରେ ଜଗତପୁର ଥାନା ବିରୂପା ବ୍ୟାରେଜ ନିକଟରେ ଏକ ‘ମୋ ବସ୍’ରୁ ହଠାତ୍ ଧୂଆଁ ବାହାରିଥିଲା । କେହି କିଛି ବୁଝିବା ପୂର୍ବରୁ ‘ମୋ ବସ୍’ ଚକରୁ ନେଇ ଆଖି ପାଇବା ଯାଏଁ ଆକାଶ ଧୂଆଁ ଧୂଆଁ ହୋଇ ଯାଇଥିଲା । ଆଉ ଏହି ସମୟରେ ‘ମୋ ବସ୍’ରେ ଥିବା ୨ଟି ଯାକ ଗେଟ୍ ବି ଖୋଲି ନଥିଲା ।
ଫଳରେ ‘ମୋ ବସ୍’ ଝରକା ଡେଇଁ ବହୁ କଷ୍ଟରେ ବସ୍ ଭିତରୁ ବାହାରକୁ ଆସିଥିଲେ ଯାତ୍ରୀ । ମହିଳାଙ୍କ ସହ ଛୁଆଙ୍କୁ ମଧ୍ୟ ଝରକା ଦେଇ ବାହାରକୁ ଅଣା ଯାଇଥିଲା । ‘ମୋ ବସ୍’ଟି ଚୌଦ୍ଵାରରୁ କଟକ ଅଭିମୁଖେ ଆସିବା ବେଳେ ପ୍ରଥମେ ଏକ ଶବ୍ଦ ହୋଇଥିଲା । ଏହା ପରେ ପ୍ରବଳ ଧୂଆଁ ବାହାରିଥିଲା । ତେବେ କେଉଁ କାରଣରୁ ‘ମୋ ବସ୍’ରୁ ଧୂଆଁ ବାହାରିଲା ଜଣାପଡ଼ିନି । ତେବେ ଏହି ଘଟଣାରେ କାହାର କୌଣସି କ୍ଷତି ହୋଇ ନଥିବା ସୂଚନା ରହିଛି ।
ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ‘ମୋ ବସ୍’ରୁ ଧୂଆଁ ବାହାରିଲା କି ? କାହିଁକି ଖୋଲିଲାନି ‘ମୋ ବସ୍’ର ୨ଟି ଯାକ ଗେଟ୍ ? ଉକ୍ତ ବସ୍ଟିର ଶେଷ ଥର କେବେ ଯାଞ୍ଚ ହୋଇଥିଲା ? ଆଜି ଗଡ଼ିବା ପୂର୍ବରୁ ବସ୍ର ଯାଞ୍ଚ କରିଥିଲେ କି କ୍ରୁଟ୍ କର୍ତ୍ତୃପକ୍ଷ ? ‘ମୋ ବସ୍’ରୁ ଧୂଆଁ ବାହାରିବା ପରେ ଏବେ ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ କ୍ରୁଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି |
ଅଧିଜ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS..

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |