:ଖବର ସତ୍ୟବାଦୀ ଓଡିଶା NEWS :ସାକ୍ଷୀଗୋପାଳ ଗତ ତା ୧୨ -୦୩ -୨୦୨୫ ରିଖ ୬ଘଣ୍ଟିକା ୪୦ ମିନିଟ ସମୟରେ ପଟନାଈକିଆ ଛକ ରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା |ଏକ ବଜାଜ ପଲସର ଗାଡି ନମ୍ବର ଓଡି ୦୨ ୟୁ ୨୨୨୦ ୨୬ ବର୍ଷୀୟ ଅରବିନ୍ଦ ଦାସ ଓ ତାଙ୍କ ସହିତ ବାଇକ ଆରୋହୀ ରଶି ରଞ୍ଜନ ଦାସ ପୁରୀ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ଘରୁ ପଟନାଇକିଆ ମିଠା ଦୋକାନ ରୁ ଫେରୁଥିବା ସମୟରେ ତାଙ୍କ ସହିତ ଦୁର୍ଘଟଣା ଗ୍ରସ୍ଥ ହୋଇ ବାଇକ ଆରୋହୀ ରାସ୍ତା ଉପରେ ପଡି ଯାଇଥିଲେ |୩ ଜଣ ଙ୍କୁ ଗୁରୁତର ଆହତ ଅବସ୍ଥା ରେ ଆମ୍ବୁଲାନ୍ସ ଯୋଗେ ସାକ୍ଷୀଗୋପାଳ ଡାକ୍ତର ଖାନା କୁ ଅଣା ଯାଇଥିଲା ସେଠାରେ ଡାକ୍ତର ଅରବିନ୍ଦ ଙ୍କୁ ମୃତ ଘୋଷଣା କରାଯାଇଥିଲା |ବାକି ଆହତ ମାନଙ୍କୁ ପୁରୀ ଏବଂ ଭୁବନେଶ୍ୱର କୁ ପଠାଯାଇଥିଲା |ଦୁର୍ଘଟଣା ସମ୍ବଧରେ ସେମାନଙ୍କ ସମ୍ପର୍କୀୟ କୁ ସୂଚନା ଦିଆଯାଇଛି |ସତ୍ୟବାଦୀ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତୁରନ୍ତ ଯାତାୟାତ କୁ ସୁନିଶ୍ଚିତ କରିବା ସହିତ ଡାକ୍ତର ଙ୍କ ସହ ଆଲୋଚନା କରି ଦୁର୍ଘଟଣା ଘଟିଥିବା ସାଇକେଲ ଏବଂ ମଟର ସାଇକେଲ ଏଏସଆଇ ରମାକାନ୍ତ କ ସାହୁ ଙ୍କୁ ହସ୍ତାନ୍ତର କରାଯାଇ ମାମଲା ର ତଦନ୍ତ ଚାଲିଛି|
ଅଧିକ ପଢନ୍ତୁ ଖବର ସତ୍ୟବାଦୀ…..

More Stories
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ସେବା ଯୋଜନା ଶାଖାର ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟିତ*
ଆସନ୍ତା ନବବର୍ଷ ପାଇଁ ପୁରୀ ପୋଲିସ ର ବ୍ୟାପକ ପ୍ରସ୍ତୁତି |
ରାଜକିଶୋର ସ୍ୱାଇଁ ହେଲେ ପିପିଲି ଜେ ଏଫ ଏମ ସି କୋର୍ଟ ର ସରକାରୀ ଓକିଲ |