ଖବର ସତ୍ୟବାଦୀ ଓଡିଶା NEWS |ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ଯେ, ହିନ୍ଦୁ ପରମ୍ପରା ଅନୁସାରେ ଦୋଳରେ ବିଜେ କରି ଠାକୁର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଭ୍ରମଣ କରନ୍ତି । ଏଥିପାଇଁ ରାଧାକୃଷ୍ଣଙ୍କ ସହ ଅନ୍ୟ ଦେବାଦବୀଙ୍କ ବିମାନ ପରିକ୍ରମା ସହ ସଂକିର୍ତନ ଯାତ୍ରା ମଧ୍ୟ ହୋଇଥାଏ । ଏହି ସମୟରେ ହିନ୍ଦୁ ଓ ଅଣ ହିନ୍ଦୁ ଅଞ୍ଚଳ ଦେଇ ଏପରି ପରିକ୍ରମା ବା ନୀତି ସମ୍ପର୍ଣ୍ଣ ହୋଇଥାଏ । ପରମ୍ପରା ସମୟରେ ଫଗୁ ବା ଅବିର ବ୍ୟବହାର କରାଯାଇଥାଏ । ଯାହାକି ଏକ ସପ୍ତାହରୁ ପ୍ରୟା ଏକ ମାସ ଧରି ଚାଲିଥାଏ । ତେଣୁ ଲୋକଙ୍କ ଉପସ୍ଥିତି ଓ ପରମ୍ପରା ବଜାୟ ରଖିବା ସମୟରେ ଆଇନଶୃଙ୍ଖଳା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ସମସ୍ତ ଜିଲ୍ଲାର ଏସପି, ଆଇଜି, ଡିସିପି ଓ ସିପିଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ସମୟରେ ସମସ୍ତ ପ୍ରକାର ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅନ୍ୟାନ୍ୟ ଦିଗ ପ୍ରତି ନିଜ ନିଜ ଅଞ୍ଚଳରେ ବ୍ୟବସ୍ଥା କରିବେ । ସମସ୍ତ ରେଞ୍ଜର ଆଇଜି ଓ ଡିଆଇଜିଙ୍କ ସହ ଜିଲ୍ଲାର ଏସପି ଓ କମିଶନରେଟ ପୋଲିସର ଡିସିପି ଓ ପୋଲିସ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଅଧିକ ପଢନ୍ତୁ ଖବର ସତ୍ୟବାଦୀ ଓଡିଶା NEWS…
More Stories
ଏସ୍ପି ଙ୍କ ନିର୍ଦେଶ ସତ୍ୟବାଦୀ ପୋଲିସ ର ଚଢ଼ାଉ |
ଚୋରୀ କରି ବନ୍ଧାହେଲେ ମାମଲା ରୁଜୁ କଲା ସତ୍ୟବାଦୀ ପୋଲିସ
କଣାସ ପାଇଁ ଗର୍ବ ଆଣିଲେ ବିନୟ ସବୁଠି ପ୍ରଶଂସା |